ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀ ନିଯୁକ୍ତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଷଡ଼ଙ୍ଗୀ ଏହା ପୂର୍ବରୁ ବିଭିନ୍ନ ଦାୟୀତ୍ବରେ ରହି ଦଳର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଭୂମିକା ନିର୍ବାହ କରିଛନ୍ତି। ବିଗତ ଦିନମାନଙ୍କରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନଗୁଡ଼ିକରେ କଂଗ୍ରେସ ଦଳର ବିଜୟରେ ଶ୍ରୀ ଷଡ଼ଙ୍ଗୀ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ପ୍ରଭାରୀ ହେବା ପରେ କଂଗ୍ରେସ ଦଳକୁ ପୂର୍ବ ପରି ମଜଭୁତ ସ୍ଥିତିରେ ପହଞ୍ଚାଇବା ତାଙ୍କର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି। ତାଙ୍କ ନିଯୁକ୍ତି ଯୋଗୁଁ କଂଗ୍ରେସ କର୍ମୀ ମହଲ ମଧ୍ୟ ଉତ୍ସାହିତ ଅଛନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.