ଜିଲ୍ଲାସ୍ତରରେ ଥିବା  ଦୁର୍ନୀତିଖୋର ଅଭୟକାନ୍ତ ଏବେ ଛାନିଆଁ।

0

ବଲାଙ୍ଗୀର/ ନିରୋଜ ମିଶ୍ର :  ଆଇଏଫ୍‌ଏସ୍‌ ଅଭୟକାନ୍ତ ଧରାପଡ଼ିଲେ। ବାପ-ପୁଅ ଜେଲ ଗଲେ। ମୁହଁ ଫୁଟାଣି କମିନି। ବଡ଼ବଡ଼ ପାଟିରେ କହୁଛନ୍ତି ପୁଅର ମାସିକିଆ ଦରମା ଥିଲା କୋଟିଏ। ଏବେ ଜିଲ୍ଲାସ୍ତରରେ ଥିବା ଅଭୟକାନ୍ତମାନଙ୍କୁ ଘାରିଲାଣି ଭିଜିଲାନ୍ସର ଭୟ। ନିଜ ସମ୍ପତ୍ତି ଲୁଚାଇବା ବି କିଛିକାଂଶରେ ଆରମ୍ଭ ହୋଇଗଲାଣି। ହେଲେ ଜମିବାଡ଼ି, ଘରଦ୍ୱାର ସବୁ ଯିବ କୁଆଡ଼େ? ଯୋଜନାରେ ହରିଲୁଟ ହୋଇଥିବା କୋଟି କୋଟି ଟଙ୍କା ଭରଣ କରିବେ କେମିତି? କାଗଜପତ୍ରରେ କାମ କରିବାର ବାହାନା କରି ଖଜାନା କରିଥିବା ଦୁର୍ନୀତିଖୋର ଏବେ ଛାନିଆଁ।

ବଲାଙ୍ଗୀର ବନବିଭାଗ ଉପରୁ ପୂରା ସଚ୍ଚୋଟ। ହେଲେ ଭିତରକୁ ଗଲେ ସବୁରେ ଦୁର୍ନୀତି। ଯେଉଁଠି ହାତ ମାରିଲେ ଦୁର୍ନୀତି। ଯାହାକୁ ପଚାରିଲେ ସମସ୍ତେ ଚୁପଚାପ। ଅଧିକାରୀ ଏଠି ତଳିଆ କର୍ମଚାରୀଙ୍କୁ ଡରନ୍ତି। କାରଣ ବି ସ୍ପଷ୍ଟ। ତଳିଆ ଅଧିକାରୀ ଓ କର୍ମଚାରୀଙ୍କ ଇସାରାରେ କାମ କରନ୍ତି ଏଠି ମୁଖିଆ। ଯାହା କାମ ହୁଏ ତଳିଆଙ୍କ ନିର୍ଦେଶରେ ସବୁ ହୁଏ।ମୁଖିଆ ନିଜେ ଦୁର୍ନୀତିରେ ଦସ୍ତଖତ କରନ୍ତି। ଆଉ ତଳିଆ ହୁଅନ୍ତି ମାଲାମାଲ। ଭାଗ ପାଇ ନିଜେ ରୁହନ୍ତି ନିରବ। ସରକାରୀ ଟଙ୍କା ହରିଲୁଟ ଏଠି ନିତିଦିନିଆ କଥା। ମୁଖ୍ୟାଳୟରେ ଚାଲେ ବେଶ୍‌ ସରକାରୀ ଟଙ୍କାର ହରିଲୁଟ। ବନବିଭାଗ ଅଧିକାରୀ ବା କରିବେ କଣ? ନିଜେ ଏକଦା ଅଭୟକାନ୍ତଙ୍କ ଭଳି ଭିଜିଲାନ୍ସ ଜାଲରେ ବିଗତ ଦିନରେ ସେ ପଡ଼ିଥିଲେ ଆଉ ବଲାଙ୍ଗୀରକୁ ଆସି ଯୋଗଦେଇଥିଲେ। ଏଣୁ ବିଭାଗୀୟ ମୁଖିଆ ସବୁରେ ଚୁପଚାପ। ଏପଟେ ରାଜ୍ୟ ସ୍ତରରେ ଚିହ୍ନା ପରିଚୟ ଦେଖାଇ ଗେହ୍ଲାପୁଅ ସାଜିଛନ୍ତି ବନବିଭାଗର କିଛି କିରାଣି। ଆଉ କିଛି ବରିଷ୍ଠ ଅଧିକାରୀ ମେଡିକାଲ ଆଲାଉନ୍ସସେସ୍‌ ଦେଖାଇ ବି ଲକ୍ଷ ଲକ୍ଷ ଟଙ୍କା ବର୍ଷ ବର୍ଷ ହେଲା ହରିଲୁଟ କରିଚାଲିଛନ୍ତି। ସବୁଠୁ ଅଧିକ ହରିଲୁଟରେ ମୁଖିଆଙ୍କ ପାଖ ଲୋକ କର୍ମଚାରୀ। ଭାଇ ନାଁରେ ବିନା ଟେଣ୍ଡରରେ ସାମଗ୍ରୀ କିଣା କାରବାର। ତାହାର ଖୋଳତାଡ଼ କରାଗଲେ ଅନେକ ଗୁମର ସାମ୍ନାକୁ ଆସିବ। କୋଟି କୋଟି ଟଙ୍କାର ସାମଗ୍ରୀ କିଣା କାରବାର ବିନା ଟେଣ୍ଡରରେ ବିଗତ ଦିନରେ ହୋଇଛି। ଏହାରି ଭିତରେ ଯାହା ଟେଣ୍ଡର ବି ବନବିଭାଗ କରିଛି ସେଥିରେ ବି ଫିକ୍ସିଂ। ଫିକ୍ସିଂରେ ମାଷ୍ଟରମାଇଣ୍ଡ ମୁଖିଆଙ୍କ ପାଖରେ ବସୁଥିବା କର୍ମଚାରୀ। ନିଜେ ବାବୁ ପୂରା ସଚ୍ଚୋଟ ଦେଖାଇ ହୁଅନ୍ତି। ହେଲେ ବାବୁ ଜଣକ ସବୁଠୁ ଅଧିକ ଦୁର୍ନୀତିଖୋର ବୋଲି ଚର୍ଚ୍ଚା।

Leave A Reply

Your email address will not be published.