ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା : କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କୁ ମନ୍ଦିର ଯିବା ମନା, ବୋଇତ ବନ୍ଦାଣରେ କଟକଣା ମଧ୍ୟରେ ଡଙ୍ଗାଭସା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- କରୋନା କଟକଣା ଯୋଗୁଁ ଚଳିତ ବର୍ଷର ସବୁ ପର୍ବପର୍ବାଣି ଫିକା ପଡିଯାଇଛି । ଦଶହରା ପରେ ଏବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମି ଦିନ ବି କଟକଣା ପାଇଁ ସଂପୂର୍ଣ୍ଣ ଭାବରେ ଫିକା ପଡିଯାଇଛି । ସମ୍ବଲପୁର ସହରରେ କୋଭିଡ କଟକଣା ପାଇଁ ମନ୍ଦିର ପ୍ରବେଶ ଉପରେ ରୋକ ଥିବାରୁ କାର୍ତ୍ତିକ ପୁଣ୍ଣିମା ରେ ଭକ୍ତଙ୍କ ଦେବଦର୍ଶନ କରିବା ପରମ୍ପରା ଭଙ୍ଗ ହୋଇଛି । ତେଣେ ସାମାଜିକ ଦୁରତା ରକ୍ଷା କରି ମହାନଦୀ ରେ ଲୋକେ ଡଙ୍ଗା ଭସାଇ ପରମ୍ପରା ପାଲନ କରିଥିଲେ ।
ମହାମାରି କୋଭିଡ ପାଇଁ ଭାଙ୍ଗିଲା ବର୍ଷ ବର୍ଷ ର ପରମ୍ପରା । ସମ୍ବଲପୁର ସହରରେ ଫିକା ପଡିଗଲା ପବିତ୍ର କାତ୍ତିକ ପୁଣ୍ଣିମା ର ପବିତ୍ର ଦିନ । ହିନ୍ଦୁ ଧର୍ମରେ ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରେ। ହେଲେ କଟକଣା ସବୁ ଓଲଟ ପାଲଟ କରିଦେଲା କୋଭିଡ କଟକଣା । ସହରର ସମସ୍ତ ମନ୍ଦିର ଗୁଡିକୁ ତାଲା ଦେବା ପାଇଁ ସରକାରୀ ନିର୍ଦ୍ଦେଶ ହୋଇଥିବା ବେଳେ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ମନା ହୋଇଛି। ପୂର୍ବ ବର୍ଷମାନଙ୍କରେ କାର୍ତ୍ତିକ ପୂର୍ଣ୍ଣମାର ବିଭିନ୍ନ ଦେବାଲୟ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳେ। କିନ୍ତୁ ଚଳିତ ବର୍ଷ କଟକଣା ପାଇଁ ସବୁ ଦେବାଲୟ ରେ ଖାଁ ଖାଁ ପରିସ୍ଥିତି ଦେଖିବାକୁ ମିଲିଛି । ଭକ୍ତ ପବିତ୍ର ପୁଣ୍ଣିମା ତିଥିରେ ଦେବାଲୟ ବାହାରେ ରହି ପ୍ରଭୁ ଙ୍କ ଆରାଧନା କରୁଥିବା ଦେଖାଦେଇଥିଲା ।
http://www.youtube.com/watch?v=MMGwFA_OcT4
ପବିତ୍ର କାର୍ତ୍ତିକ ପୁଣ୍ଣିମା ପଞ୍ଚକ ତିଥିରେ ସହରର ମହାନଦୀ ଘାଟରେ ପ୍ରତିବର୍ଷ ବହୁତ ଭିଡ ପରିଲକ୍ଷିତ ହେଉଥିଲା। ହେଲେ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିନାହିଁ। ଚଳିତ ବର୍ଷ ମହାନଦୀ ଘାଟ ରେ ଲୋକଙ୍କ ସମାଗମ ଉପରେ କଟକଣା ଥିବାରୁ ମହାନଦୀ ରେ ଡଙ୍ଗା ଭସାଇବାର ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଛି ।ତେବେ ଲୋକେ କଟକଣା କୁ ସମ୍ମାନ ଜଣାଇବା ସହ ସାମାଜିକ ଦୁରତା ରକ୍ଷା କରି ନଦୀରେ ଡଙ୍ଗା ଭସାଇଥିଲେ । ଏପରିକି କଟକଣା ଭିତରେ ଲୋକେ ନିଜ ଘର ଅଗଣା ରେ କୃତିମ ଜଳାଶୟ ତିଆରି କରି ବୋଇତ ବନ୍ଦାଣ (ଡଙ୍ଗା ଭଷାଣି) ପରମ୍ପରାକୁ ନିର୍ବାହ କରିଥିବା ଦେଖିବାକୁ ମିଲିଥିଲା ।
ଗୋଟେ ପଟେ ପ୍ରଶାସନର କଟକଣା ଥିବା ବେଳେ ଅନ୍ୟପକ୍ଷରେ ଭକ୍ତଙ୍କ ଧାର୍ମିକ ଭାବନା। ତେବେ ସମ୍ବଲପୁର ସହରରେ ଲୋକେ କଟକଣା କୁ ସମ୍ମାନ ଦେବା ସହ ପରମ୍ପରାକୁ ମଧ୍ୟ ରକ୍ଷା କରି କାର୍ତ୍ତିକ ପୁଣ୍ଣିମା ପାଲନ କରିଛନ୍ତି।