ଧନ୍ୟ ରେଳ ଷ୍ଟେସନ କର୍ତ୍ତୃପକ୍ଷ : ଜାତୀୟ ପତାକା ପ୍ରତି କି  ସମ୍ମାନ !!!! 

0

ଗର୍ବର ସହ ବର୍ଷେ କାଳ ଉଡେଇଲ ଚିରି ଯାଇଥିବା ତ୍ରିରଙ୍ଗା ପତାକା 

ଝାରସୁଗୁଡ଼ା :(ସୁଭାଷ ସହାରେ) :ନାଗରିକର ମୌଳିକ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ ହେଉଛି ଜାତୀୟ ପତାକା, ଜାତୀୟ ସଂଗୀତ ଓ ଜାତୀୟ ପ୍ରତୀକ ପ୍ରତି ସମ୍ମାନ। ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପାଇଁ ଦେଶର କେତୋଟି ପ୍ରଧାନ ରେଳ ଷ୍ଟେସନରେ ତ୍ରିରଙ୍ଗା ପତାକା ଉତ୍ତୋଳନ ପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଥିଲେ। ଝାରସୁଗୁଡ଼ା ରେଳ ଷ୍ଟେସନରେ ମଧ୍ୟ ଏହିପରି ଏକ ବିରାଟକାୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ଏକ ବର୍ଷରୁ ଊର୍ଦ୍ଧ୍ବ ଧରି ଏହି ପତାକା ଚିରିଯିବା ସତ୍ତ୍ୱେ ପତାକାକୁ ବଦଳାଇ ନୂଆ ପତାକା ଲଗାଇ ନଥିଲେ ରେଳ କର୍ତ୍ତୃପକ୍ଷ । ଶେଷରେ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଗତକାଲି ରାତାରାତି ଏକ ନୂତନ ପତାକା ଲଗାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.