ଗ୍ରୀନ ଏସୋସିଏସନ ରେଙ୍ଗାଲିର ଦ୍ବିତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁରୁ ମଙ୍ଗଲବାର ଦିନ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି।

ପ୍ରଥମ ଦିନ ଯୁବ ସମାଜସେବୀ ଚିନ୍ତାମଣି ବାଗ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଟକୁ ଉଦଘାଟନ କରିବା ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ ଫାଇନାଲ ମେଚରେ ମୁଖ୍ୟ ଅତିଥି ଭାବରେ ସ୍ବେଛାସେବୀ ରୁଦ୍ର ବିଶ୍ବାଳ, ଯୁବସମାଜ ସେବୀ ଚିନ୍ତାମଣି ବାଗ,ପିଣ୍ଟୁ ବେହେରା,ମିଥୁନ ହୋତା,ଲପଙ୍ଗା ସରପଞ୍ଚ ପ୍ରଶାନ୍ତ ଗୁରୁ,ଦୁର୍ନୀତି ନିବାରଣ ଜିଲ୍ଲା ସମ୍ପାଦକ ସନ୍ଦୀପ ଶର୍ମା,ଯୋଗ ଦେଇ ଫାଇନାଲ ମେଚ ର ଉଦଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଟ ରେ ମୋଟ ୧୬ଟି ଟିମ ଯୋଗ ଦେଇ ତାଙ୍କ ଖେଳ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଫାଇନାଲ ମେଚ ରେଙ୍ଗାଲି ଏମବିସି ଓ ଶାସନ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ରେଙ୍ଗାଲି ଏମବିସି  ଦଳ ଚମ୍ପିୟାନ ହୋଇଥିଲେ। ମୁଖ୍ୟ ଅତିଥି ବିଶ୍ୱାଳ ଚମ୍ପିୟାନ ଦଳକୁ ପୁରସ୍କାର  ରାଶି ୯୯୯୯ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅପ ଦଲକୁ ୭୭୭୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଖେଳକୁ ଏମ୍ପିଆର ସରୋଜ ଓ ସଞ୍ଜୟ  ପରିଚାଳନା କରିଥିଲେ। ଅନୁଷ୍ଠାନର ଚିତ୍ତରଞ୍ଜନ ବାଗ, ପଦ୍ମରଂଜନ ବିଶ୍ୱାଳ,ସରୋଜ ଛୁରିଆ,ଉମାକାନ୍ତ ପଟ୍ଟନାୟକ, ସାଧୁଚରଣ ଗର୍ଡିଆ, ଉତ୍ତମ ପ୍ରଧାନ,କେଶବ ଓରାମ,ସୁଜିତ ସୋରେନ,ଅଜିତ ବାଦି ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଟ ର ସୁପରିଚାଳନା ଦିଗରେ ସହଯୋଗ କରିଥିଲେ।

        

 

Leave A Reply

Your email address will not be published.