ବର୍ଷୀୟାନ କଂଗ୍ରେସ ନେତା ଅହମଦ ପଟେଲ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ବିୟୋଗରେ ଶୋକସଭା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ବରିଷ୍ଠ କଂଗ୍ରେସ ନେତା ଓ କଂଗ୍ରେସ ଦଳର ଚାଣକ୍ୟ ଭାବରେ ସୁପରିଚିତ ରାଜ୍ୟସଭା ସାଂସଦ ଅହମଦ ପଟେଲ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ଶୋକସଭା ପାଳନ କରାଯାଇଥିଲା  ଏହି ଅବସରରେ ଜିଲ୍ଲାର ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ଯୋଗଦାନ କରି ଅହମଦ ପଟେଲଙ୍କ ତିରୋଧାନରେ ଶୋକ ପ୍ରକଟ କରିଥିଲେ। ଉପସ୍ଥିତ ନେତୃବୃନ୍ଦ ଉଭୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରି କଂଗ୍ରେସ ଦଳ ପାଇଁ ସେମାନଙ୍କ ଅବଦାନକୁ ମନେ ପକାଇ ଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅୱସ୍ତି କହିଥିଲେ, ଏହି ଦୁଇ ନେତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି। ପ୍ରକୃତରେ କେବଳ କଂଗ୍ରେସ ଦଳ ପାଇଁ ନୁହେଁ, ଏମାନଙ୍କ ପ୍ରତ୍ୟେକ ପଦକ୍ଷେପ ଦେଶର ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କଂଗ୍ରେସ ଦଳର ସଂକଟ ସମୟରେ କିପରି ଅହମଦ ପଟେଲ ବିରୋଧୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବରେ ଛିଡ଼ା ହେଉଥିଲେ ତାହା ଆମମାନଙ୍କ ନିମନ୍ତେ ଉଦାହରଣ ଓ ପ୍ରେରଣାଦାୟୀ ବୋଲି ଉପସ୍ଥିତ କର୍ମୀମାନେ କହିଥିଲେ।

Leave A Reply

Your email address will not be published.