ଝାରସୁଗୁଡ଼ା 🙁 ସୁଭାଷ ସହାରେ) -ଝାରସୁଗୁଡ଼ା ପୌରାଞ୍ଚଳ ବଢ଼େଇମୁଣ୍ଡା,ରଙ୍ଗିଆପଡ଼ାଠାରେ ଅବସ୍ଥିତ କିସ୍ କାର୍ଯ୍ୟାଳୟଠାରେ ୬ଷ୍ଠ ପର୍ଯ୍ୟାୟ ଶୁଖିଲା ଖାଦ୍ୟ, ଯୁକ୍ତ ଦୁଇ ବହିପତ୍ର, ବିଭିନ୍ନ ଲିଖନ ସାମଗ୍ରୀ, ଯୁକ୍ତ ତିନି ପରିଚୟ ପତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବଣ୍ଟା ଯାଇଥିଲା। ପୌରାଞ୍ଚଳ ମହିଳା ସଂଗଠନ ସହାୟତାରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୯ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇଥିଲେ। ପ୍ରତ୍ୟେକ ମାସରେ ଏହି ପ୍ରକାର କାର୍ଯ୍ୟକୁ ସଫଳତାର ସହ ତୁଲାଉଥିବାରୁ ଅଭିଭାବକମାନେ କିସ୍ ପ୍ରତିଷ୍ଠାତା ଡା: ଅଚ୍ୟୁତ ସାମନ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ କିିସ୍ ସଂଯୋଜକ ପ୍ରଭାକର ଓରାମ,ରତ୍ନାକର ପ୍ରଧାନ,ସନ୍ତୋଷ ସାହୁ,ରଜନୀ ପ୍ରଧାନ, ପ୍ରତିମା କିିଶାନ,ମାଧୁରୀ ପ୍ରଧାନ,ଭାଗ୍ୟସିନୀ ଖଡ଼ିଆ, ନିିରଞ୍ଜନ ପ୍ରଧାନ,ନିିରଞ୍ଜନ ଡଣ୍ଡସେନା ପ୍ରଭୃତି ଉପସ୍ଥିତ ରହିି ସହଯୋଗ କରିିଥିଲେ।
Sign in
Sign in
Recover your password.
A password will be e-mailed to you.