ଗଜପତି ଜିଲ୍ଲାରେ ପ୍ରଥମ : ଶିକ୍ଷକଙ୍କୁ ମିଳିଲା ଆଗୁଆ ପେନସନ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ୩୦ ତାରିଖରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମନାଥ ପଣ୍ଡା ଅବସର ଗ୍ରହଣ କରିବେ । ପରନ୍ତୁ ଅବସର ପୂର୍ବରୁ ଉକ୍ତ ଶିକ୍ଷକଙ୍କୁ ଫାଇନାଲ ପେନସନ୍ ପତ୍ର ପ୍ରଦାନ କରାଯାଇଛି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଫାଇନାଲ ପେନସନ୍ ଆଦେଶ ପ୍ରଦାନ କରିଛନ୍ତି। ଯାହାକି ଚାକିରୀ କାଳ ମଧ୍ୟରେ ପେନସନ୍ ପ୍ରଦାନ ଗଜପତି ଜିଲ୍ଲାରେ ପ୍ରଥମ।

ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ପେନସନ୍ ଆଦେଶ ପ୍ରଦାନ କାଳରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ , ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶ , ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ , ଅତିରିକ୍ତ ଶିକ୍ଷା ଅଧିକାରୀ , ପ୍ରଧାନ ଶିକ୍ଷକ ଓ  ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ଶିକ୍ଷା ବିଭାଗର ଏତାଦୃଶ୍ୟ ପଦକ୍ଷେପ ପାଇଁ ଶିକ୍ଷକ ମହଲରେ ଖୁସୀର ଲହରୀ ଖେଳିଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।

Leave A Reply

Your email address will not be published.