ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :  ଭାରତର ସମ୍ବିଧାନ ଦିବସ। ଦେଶର ସମସ୍ତ ସ୍ଥାନରେ ସମ୍ବିଧାନ ଦିବସ ପାଳିତ ହେଉଛି। ଝାରସୁଗୁଡ଼ାର ମଧ୍ୟ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଅଛି। 

ଭାରତୀୟ ଜନତା ଦଳ ତରଫରୁ ଝାରସୁଗୁଡ଼ାର ସରବାହାଲସ୍ଥିତ ସୁନାରୀମୁଣ୍ଡାରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସମ୍ବିଧାନ ନିର୍ମାଣରେ ତାଙ୍କର ଭୂମିକା ବିଷୟରେ ସ୍ମୃତିଚାରଣ କରାଯାଇଥିଲା।ବିଜେପିର କର୍ମକର୍ତ୍ତାମାନେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନେତୃତ୍ୱ ନେଇଥିବା ବେଳେ ବରିଷ୍ଠ ବିଜେପି ନେତା ନୱଲ ଅଗ୍ରୱାଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଦିନେଶ ଜୈନ, ଝାରସୁଗୁଡ଼ା ମଣ୍ଡଳ ସଭାପତି ଶ୍ରୀ ନେତାଜୀ ପଟ୍ଟନାୟକ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ବିମଳେନ୍ଦୁ ଭୋଳ, ଜିଲ୍ଲା ବିଜୁ ଯୁଵାମୋର୍ଚ୍ଚା ସଭାପତି ବଲବିନ୍ଦର ସିଂ, ଉପ ସଭାପତି ପୁରୁଷୋତ୍ତମ ଥିରାନି,ଆନନ୍ଦ ଗୋଏଲ ଓ ମନୋଜ କଲେତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.