ପ୍ଲାଜମା ଦାନ କଲେ ସାମ୍ବାଦିକ

0

ଝାରସୁଗୁଡ଼ା :(ସୁଭାଷ ସହାରେ)- କୋରୋନା ସଂକ୍ରମିତରୁ ସୁସ୍ଥ ବ୍ୟକ୍ତିଙ୍କ ଦ୍ବାରା ପ୍ଲାଜମା ଦାନ ପ୍ରକ୍ରିୟା ଯୋଗୁଁ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି। ଏହି କ୍ରମରେ ନିଜର ପ୍ଲାଜମା ଦାନ କରିଛନ୍ତି ଝାରସୁଗୁଡ଼ାର ଜନୈକ ସାମ୍ବାଦିକ ପ୍ୟାରେଲାଲ ଶ୍ରୀବାସ୍ତବ। କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ପ୍ୟାରେଲାଲ ଆଜି ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟରେ ନିଜର ପ୍ଲାଜମା ଦାନ କରିଛନ୍ତି। ଡାକ୍ତର ଏସ ଆର ଦୁବେ କହନ୍ତି,’ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବାରୁ ଏହା ଅନ୍ୟ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇପାରେ’। ପ୍ୟାରେଲାଲଙ୍କ ମତ ଯେ କିଛି ଲୋକ ଏହାର ସୁଫଳ ନେଇ ସନ୍ଦେହ କରନ୍ତି, ତେଣୁ ସେମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତି ନାହିଁ। ମାତ୍ର ଏଥିରେ କିଛି କ୍ଷତି ନାହିଁ। ଯାହା ହେଲେ ବି ଲୋକଙ୍କ ଜୀବନ ବଞ୍ଚାଇବା ସବୁଠାରୁ ବଡ଼ କଥା। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ  ସ୍ବାସ୍ଥ୍ୟ ବିଭାଗର ଯେଉଁ କର୍ମଚାରୀମାନେ ସଂକ୍ରମଣରୁ ରକ୍ଷା ପାଇଛନ୍ତି, ସେମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଆହ୍ବାନ ଜଣାଇଛନ୍ତି।

Leave A Reply

Your email address will not be published.