ପରି ହତ୍ୟାକାରୀଙ୍କୁ ଧରିବା ସହ ରାଜନୀତିକ ଷଡଯନ୍ତ୍ର ବ୍ୟୁହକୁ ଭେଦ କରିବ କି କ୍ରାଇମ ବ୍ରାଞ୍ଚ !!!!

0

ନୟାଗଡ଼ /ଶାସକ ପ୍ରଶାସକ : ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପରୀକୁ ହତ୍ୟା କରାଯାଇଛି | ଏହି ମାମଲାରେ ୪ ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା ସହ ସମସ୍ତ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ବିଶ୍ଲେଷଣ କରାଯାଇଥିବା କହିଛନ୍ତି । ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇଥିଲା । ନୟାଗଡ଼ ଏସଡିପିଓ ମାମଲାକୁ ତଦାରଖ କରୁଥିଲେ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଘୋଷଣା କରିବା ପରେ ଏବେ ତଦନ୍ତ ଅଧିକ କ୍ରିୟାଶୀଳ ହୋଇ ପରିର ହତ୍ୟାକାରୀ ନିକଟରେ ପହଂଚିବା ସହ ଏଭଳି ବର୍ବର ହତ୍ୟା ପଛର କାରଣକୁ ଖୋଳତାଡ କରି ବାହାର କରିବାରେ କ୍ରାଇମ ବ୍ରାଞ୍ଚ ସକ୍ଷମ ହେବ ବୋଲି ଆଶା ପ୍ରକାଶ ପାଇଛି | ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ନେଇ ରାଜନୈତିକ ଢଙ୍ଗରେ ବୟାନବାଜି ଚାଲିଛି | ହେଲେ କ୍ରାଇମବ୍ରାଞ୍ଚ ହତ୍ୟା ରହସ୍ୟ ଉନ୍ମୋଚନ ଜାରିବା ସହ ଅପରାଧୀକୁ ଧରିବା ସହ ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ବିଛାଯାଇଥିବା ରାଜନୈତିକ ଚକ୍ରବ୍ୟୁହକୁ ଭେଦ କରିବାରେ  ସକ୍ଷମ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି |

 ପରୀକୁ ନେଇ ଝଡ | ରାସ୍ତାରେ  ଆଉ ବିଧାନ ସଭାରେ | ଅପରାଧୀଙ୍କୁ ଧରିବାରେ ପୋଲିସର ଅପାରଗତା କାରଣରୁ ଏବେ  ନୟାଗଡ ରାଜନୀତିରେ ବଡଧରଣର ରୁଟି ସେକା ଜାରି ବିରୋଧୀଙ୍କ ପକ୍ଷରୁ | ବିଧାନସଭାରେ ବି ଘୋ ଘା |  ଟାର୍ଗେଟରେ ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁ | ନୟାଗଡ ନିର୍ବାଚନମଣ୍ଡଳୀରେ ଲଗାତାର ଭାବେ ବିରୋଧୀଙ୍କୁ ମାଦ ଦେଉଥିବା ଅରୁଣ ଏବେ ଫସିଛନ୍ତି ବିରୋଧୀଙ୍କ ଚକ୍ରବ୍ୟୁହରେ | ପରୀ ପରିବାର ନ୍ୟାୟ ପାଇବା ଦରକାର | ପରିର ହତ୍ୟାକାରୀକୁ  ବନ୍ଧାଯିବ ଦରକାର | ଏତେବଡ ସମ୍ବେଦନଶୀଳ ପ୍ରସଙ୍ଗରେ  ତଦନ୍ତରେ ଅବହେଳା କରିଥିବା ପୋଲିସ ଅଧିକାରୀ ବି ଦୃଷ୍ଟନ୍ତମୂଳକ ଭାବେ ଦଣ୍ଡ ପାଇବା ଦରକାର | ଜିଲ୍ଲାର ମନ୍ତ୍ରୀ ହିସାବରେ ଏବେ ଚକ୍ରବ୍ୟୁହରେ ଫସିଥବା ଅରୁଣଙ୍କୁ  ଧରାଶାୟୀ କରିବାକୁ  ବିରୋଧୀଙ୍କ ଉଦ୍ୟମ ଦିଲ୍ଲୀ ଠାରୁ ନୟାଗଡ ପର୍ଯ୍ୟନ୍ତ | ହେଲେ ପରି ହତ୍ୟାକାଣ୍ଡରେ ବିରୋଧୀଙ୍କ ଟାର୍ଗେଟରେ ଥିବା ଅରୁଣ ବଡ ଧରଣର ରାଜନୈତିକ ଷଡଯନ୍ତ୍ରରେ ଫସିଯାଇନାହାନ୍ତି ତ ! ଅସନ୍ତୁଷ୍ଟ ସରପଞ୍ଚଙ୍କୁ ଅରୁଣଙ୍କ ବିରୋଧରେ ମୋହରା କରିନାହାନ୍ତି ତ ବିରୋଧୀ !! ସେହି ବାରମ୍ବାର ଭୂଇଁ ଚାଟିଥିବା ବିରୋଧୀଙ୍କ ଏହା ଏକ ଯୋଜନାବଦ୍ଧ ମିଳିତ ଷଡଯନ୍ତ୍ର ନୁହେଁ ତ !!! ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣାର ବିଭିନ୍ନ ଦିଗ ପର୍ଦ୍ଦାଫାଶ ହେବ ବୋଲି ସମ୍ଭାବନା ପ୍ରକାଶ ପାଇଛି |  

 ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ଝିଅ ପରୀ ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ୮ ଦିନ ପରେ ଗାଁରେ ପଡ଼ିଥିବା ପରୀର ମୃତ ଦେହ ଠାବ କରାଯାଇଥିଲା । ଏଭଳି ବର୍ବର ଓ ଅମାନବୀୟ କାଣ୍ଡ ପଛରେ କୌଣସି ବ୍ୟକ୍ତିଗତ ପାରିବାରିକ ଶତ୍ରୁତା ବୋଲି ସନ୍ଦେହ କରାଯାଉଥଲେ ମଧ୍ୟ  ପ୍ରଥମରୁ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ପରେ ହତ୍ୟା ମାମଲାକୁ ପରିବର୍ତ୍ତନ କରିଥିଲେ ବି ଏ ପର୍ଯ୍ୟନ୍ତ ଅପରାଧୀଙ୍କ ପାଖରେ ପହଞ୍ଚିପାରିନି ।  ପରୀ ହତ୍ୟା ପଛରେ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବାବୁଲି ନାୟକଙ୍କ ହାତ ଅଛି । ବାବୁଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍ ଲୋକ ହୋଇଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବା ପରିର ବାପା ମା  ବିଧାନସଭା ଆଗରେ ଗଣମାଧ୍ୟମରେ ବୟାନ ଦେଇଥିଲେ ।  

 

 ପ୍ରତ୍ୟେକ ସମ୍ବେଦନଶୀଳ ମଣିଷର ଦାବି  ପରୀକୁ ନ୍ୟାୟ ମିଳୁ । ଅପରାଧୀକୁ ତୁରନ୍ତ ଧରି କଠୋର ଦଣ୍ଡ ଦେବାକୁ ସବୁ ମହଲରୁ ଦାବି ହେଉଛି । ଅବହେଳା କରିଥିବା ପୋଲିସ ଅଧିକାରୀଙ୍କୁ ବି ପ୍ରମାଣ ଆଧାରରେ ଦଣ୍ଡବିଧାନ ହେଉ | ହେଲେ ବର୍ତ୍ତମାନ ଏହାକୁ ନେଇ ରାଜନୈତିକ ଗତିବିଧି ଜୋର ଧରିଛି | ବହୁଦିନ ପରେ ପୁରାପୁରି ଚୁପ ଥିବା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ପରୀଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସାମ୍ନାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହେଲେ ଇତି ମଧ୍ୟରେ  ସୋସିଆଲ୍ ମିଡ଼ିଆରେ ପରୀଙ୍କ ବାପା ଅଶୋକ ସାହୁଙ୍କ ସହିତ ସଂପୃକ୍ତ ସରପଞ୍ଚ ସୌମ୍ୟରଂଜନ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି, ଏକ ୱେବ୍ ଚାନେଲ୍ ର ସାମ୍ବାଦିକ ଏହିଭଳି ମୋଟ ୮ ଜଣଙ୍କର ଏକ ଖୁସି ମିଜାଜିଆ ଚା ପିଆ ଫଟୋ ଭାଇରାଲ୍ ହୋଇଛି । ବିଧାନସଭା ଆଗରେ ପରୀଙ୍କ ବାପାମାଆଙ୍କ ଆତ୍ମାହୂତି ଉଦ୍ୟମ ପୂର୍ବରୁ ବିଧାନସଭା ଆଖପାଖ ଏକ ଚା ଚୋକାନ ଖଟିରେ ଏହି ଫଟୋ ଉଠିଛି । ଚା ଖଟିରେ ବିଭିନ୍ନ ବର୍ଗର ଲୋକଙ୍କସହ ପରିର ବାପା ଫୋଟୋ ଉଠାଇଥିବା ବେଲେ ସମସ୍ତେ ଯେମିତି ଖୁସି ମୁଡରେ ଅଛନ୍ତି, ସତେ ଯେମିତି ଲାଗୁଛି ସବୁ କିଛି ଠିକ ଚାଲିଛି | ଘଟଣାକୁ ରାଜନୈତିକ ରଙ୍ଗ ଦେବାରେ ଆଉ ମନ୍ତ୍ରୀ ଅରୁଣ ସାହୁଙ୍କୁ ଯୋଡି ରାଜନୈତିକ ରୁଟି ସେକିବାରେ ବିରୋଧୀ ଦଳ ନେତାମାନଙ୍କ  ହାତବାରିସୀ ସାଜିଯାଇଥିବା ଜାଣିବା ପରେ  ଆପାତତଃ ଜାଣିବା ପରେ ମନ୍ତ୍ରୀ ତାଙ୍କ ଦଳର କର୍ମୀ ଭାବେ ସରପଂଚଙ୍କୁ ଫୋନ୍ କରି ”  ଯାହା କରୁଛୁ ଭଲ କରୁନୁ । ତୁ ଯେତିକି କହୁଛୁ, ସେମାନେ ସେତିକି କହୁଛନ୍ତି । ତୁ ଲିମେଟସନ୍ ବାହାରକୁ ପଳେଇ ଗଲୁଣୁ । ଏଇଟା କ’ଣ ଠିକ୍ କରୁଛୁ? ଦୟାକରି ଏଇଟା ବନ୍ଦ କର । ମୁଁ ନ ହେଲେ ମୋର କୌଣସି ସମ୍ପର୍କ କୌଣସି ସିମ୍ପାଥି ସବୁ କାଟିଦେବି ” ବୋଲି କହିଛନ୍ତି | ଆଉ ତାପରେ ସରପଂଚ “ମୁଁ ସେମିତି କିଛି କରିନି, ଆପଣ ଯଦି କହୁଛନ୍ତି ମୁଁ ତା ବାପାମାଆଙ୍କୁ ନେଇକି ଯିବି । କାଲି ନେଇକି ଯିବି କି? ହଉ ମୁଁ ଆପଣଙ୍କୁ ଯାଇ ଦେଖା କରୁଛି ।” ବୋଲି କହିବା ପରେ ସେ ବିଧାନସଭା ଆଗରେ ଘଟଣାକ୍ରମ ଓ ସରପଂଚଙ୍କ ଦ୍ୱାରା  ଫୋନ କଲ ରେକର୍ଡିଙ୍ଗକୁ ଭାଇରଏଲ କରିବା ଘଟଣାରୁ ସରପଂଚଙ୍କ ମତିଗତି ଠିକ ଲାଗୁନାହିଁ |  ସେଦିନର  ଖୁଶିବାଶିଆ ଚା ଖଟି ମେଳି, ନିର୍ଦ୍ଦିଷ୍ଟ ଦଳର ନେତା ଆଉ ସରକାରଙ୍କ ବିରୋଧୀ ଏକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତି  ଓ ତାପରେ ସିଧା ଯାଇ ବିଧାନ ସଭା ଆଗରେ ଘଟଣାକ୍ରମ ନିହାତି ଭାବେ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ଭଳି ଅନୁଭୂତ ହେଉଛି | ପରୀ ମୃତ୍ୟୁ ଘଟଣାରୁ ରାଜନୈତିକ ଫାଇଦା ହାସଲ ସକାଶେ ବିରୋଧୀଙ୍କ କଥାରେ  ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଯୋଡିବାକୁ ସଂପୃକ୍ତ ସରପଞ୍ଚ ସୌମ୍ୟ ଉସକେଇ ଥିବା ନୟାଗଡ ସହରରେ ଚର୍ଚା | ପରିର ହତ୍ୟାକାରୀଙ୍କୁ ବାନ୍ଧିବା ସହ ଏହି ଘଟଣା ପଛର ରାଜନୈତିକ ଷଡଯନ୍ତ୍ର ଚିହ୍ନଟ କରିବାରେ କ୍ରାଇମ ବ୍ରାଞ୍ଚ ସଫଳ ହେବ ବୋଲି ଲୋକମାନେ ଆଶା ବ୍ୟକ୍ତ କରିଛନ୍ତି  |  ସଂପୃକ୍ତ ବ୍ୟକ୍ତି, ନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ କଲ ଡିଟେଲ ଯାଞ୍ଚ କଲେ କ୍ରାଇମ ବ୍ରାଞ୍ଚ ଘଟଣାକୁ ରାଜନୈତକ ରଙ୍ଗ ଦେବା ପାଇଁ କେଉଁଠୁ ଫୋନ ଓ ପ୍ରୋତ୍ସାହନ ଯାଉଥିଲା ତାହା ପଦାକୁ ଆସିଯିବ ବୋଲି ଲୋକମାନଙ୍କ ଭିତରେ ଚର୍ଚ୍ଚା ହେଉଛି | ହେଲେ ସେ ଯାହାବି ହେଉ, ପରି ହତ୍ୟା ଘରଣରେ ପୋଲିସର ଅପାରଗତାକୁ ନେଇ ବିରୋଧୀଙ୍କ ରାଜନୈତିକ ଷଡ଼ଯନ୍ତ୍ରର ଚକ୍ରବ୍ୟୁହରେ ଏବେ ପଡିଯାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ |  କ୍ରାଇମ ବ୍ରାଞ୍ଚ ପରିର କାତ୍ୟାକାରୀକୁ ଧରିବା ସହ ହୋଇଥିବା ରାଜନୈତିକ ଷଡ଼ଯନ୍ତ୍ରର ଚକ୍ରବ୍ୟୁହକୁ ଭେଦ କରି ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା  | ଏବେ ସବୁ ଅରୁଣ ବିରୋଧୀ ଏକାଠି, ହେଲେ ନିଜ କ୍ଷମତାଶାଳୀ ବହୁ ପୁରୁଣା ପ୍ରତିପକ୍ଷଙ୍କ  ଏହି  ଆକ୍ରମଣ ଆଗରେ ଅରୁଣଙ୍କ ଭାଗ୍ୟ କି ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା | 

 

 

Leave A Reply

Your email address will not be published.