ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ମୃତ କର୍ମଚାରୀଙ୍କ ଝିଅ।

0

 କାମର ବୋଝ ସହି ନ ପାରି ମୃତ୍ୟୁ ବରଣ କଲେ ବାପା। 

ବାପାଙ୍କ ମୃତ୍ୟୁ ଆଘାତ ସହି ନ ପାରି ଆତ୍ମହତ୍ୟା ପ୍ରୟାସ କଲେ ସାନ ଝିଅ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜର ଏ କେ ପଟ୍ଟନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସବଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ଦୁଇ ଝିଅ । ସେମାନଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପା ଗତ ବର୍ଷେ ଧରି ତାଙ୍କ ବାପାଙ୍କ ଉପରେ ମାନସିକ ଚାପ ଦିଆଯାଉଥିଲା। ଶେଷରେ ସେ ଏହି ଚାପ ସହି ନ ପାରି ମୃତ୍ୟୁବରଣ କରିଥିଲେ ବୋଲି ସେମାନେ କହିଛନ୍ତି। 

ସୂଚନା ଅନୁସାରେ, ଆଜି ସକାଳୁ ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍‌ଡିଭିଜନାଲ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ବାସୁଦେବ ପାଲ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ଥିଲେ। ଉପର ଅଧିକାରୀ ଦେଇଥିବା କାର୍ଯ୍ୟ ସାରି ସେ ଖାଇବା ସାରି ଅଫିସକୁ ଯାଇଥିଲେ। ଅଫିସ୍‌ରେ କାମ କରିବା ବେଳେ ଡିଭିଜନାଲ ମ୍ୟାନେଜର ଏ କେ ପଟ୍ଟନାୟକ ତାଙ୍କୁ ସରକାରୀ ବାସଭବନକୁ ଡାକି ଗାଳିଗୁଲଜ କରିଥିଲେ। ସେ ଅଚାନକ ତଳେ ପଡି ଯାଇଥିଲେ। ସହଯୋଗୀ କର୍ମଚାରୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପୂର୍ବରୁ ମଧ୍ୟ ଦୀର୍ଘଦିନ ହେବ ତାଙ୍କୁ କାମ ଆଳରେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ଖାଲି ସେତିକି ନୁହେଁ, ଚାକିରି ଚାଲିଯିବାର ଭୟ ସହ ବଦଳି ଧମକ ମଧ୍ୟ ମିଳୁଥିଲା ବୋଲି ମୃତ ବାସୁଦେବଙ୍କ ଝିଅମାନେ ଅଭିଯୋଗ ଆଣିଛନ୍ତି। ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ ଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ସେମାନେ କିପରି ଚଳିବେ ଏହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। 

ଶେଷ ଖବର ମିଳିବା ପର୍ଯ୍ୟନ୍ତ, ବାପାଙ୍କ ମୃତ୍ୟୁ ପରେ ଫିନାଇଲ ପିଇ ସାନ ଝିଅର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ା ପୋଲିସ ଖବର ପାଇବା ପରେ ଘଟଣାର ଖୋଳତାଡ଼ ଆରମ୍ଭ କରିିଛି।

Leave A Reply

Your email address will not be published.