ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ରେଲୱେ ଷ୍ଟେସନକୁ ସମ୍ବଲପୁର ଡିଭିଜନରେ ସାମିଲ କରିବାକୁ ଦାବି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ରେଳ ଷ୍ଟେସନ ବହୁ ପୁରୁଣା। ଝାରସୁଗୁଡ଼ା ହେଉଛି ପୁରୁଣା ଜଙ୍କସନମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ଷ୍ଟେସନଗୁଡ଼ିକ ଅନେକ ପୁରୁଣା ସମସ୍ୟା ଦେଇ ଗତି କରୁଛନ୍ତି। ସମ୍ବଲପୁର ଡିଭିଜନ ନିକଟରେ ଥାଇ ମଧ୍ୟ ଏହି ତିନୋଟି ଷ୍ଟେସନ ସୁଦୂର ବିଲାସପୁର ଡିଭିଜନ ଅନ୍ତର୍ଗତ। ଯେ କୌଣସି ପ୍ରକାରର ଅଭିଯୋଗ କରିବାକୁ ହେଲେ ବିଲାସପୁର ମୂଖ୍ୟ କାର୍ଯ୍ୟାଳୟରେ ପଠାଇବାକୁ ହୁଏ ଏବଂ ଏହି ଅଭିଯୋଗଗୁଡ଼ିକ ପ୍ରତି ସବୁବେଳେ ନ୍ୟାୟ ହୋଇପାରେ ନାହିଁ। ତେଣୁ ଏହା ଷ୍ଟେସନଗୁଡ଼ିକୁ ସମ୍ବଲପୁର ଡିଭିଜନରେ ସାମିଲ କରିବାକୁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଛି। 

ସେହିପରି ବେଲପାହାଡ଼ ରେ ଷ୍ଟେସନକୁ ‘ଆଦର୍ଶ ଷ୍ଟେସନ ଭାବରେ ଘୋଷଣା କରାଯାଇଛି ।ଏହାର ବିକାଶ ପାଇଁ ଅନେକ ଯୋଜନା କରାଯାଉଛି। ମାତ୍ର ଦୁଇ ନମ୍ବର ପ୍ଲାଟଫର୍ମରେ ଏକ ସର୍ବକାଳୀନ ପ୍ରତୀକ୍ଷାସ୍ଥଳୀଟିଏ ମଧ୍ୟ ତିଆରି ହୋଇପାରିଲା ନାହିଁ। ଫଳରେ ଗ୍ରୀଷ୍ମ ଋତୁର ଦିନବେଳା ହେଉ କି ଶୀତଋତୁର ରାତି ଏବଂ ବର୍ଷାଦିନେ ଲୋକେ ଟ୍ରେନକୁ ଅପେକ୍ଷା କରିବା ବେଳେ କିପରି ସମସ୍ୟାର ସମ୍ମୁଖିନ ହେଉଥିବେ, ତାହା ସହଜରେ ଅନୁମେୟ। 

ଏହିସବୁ ସମସ୍ୟାକୁ ନେଇ ଏକ ଟ୍ବିଟ୍ କରି ରେଳମନ୍ତ୍ରୀ ପୀୟୁଷ ଗୋୟଲ, ବିଲାସପୁର ଡିଆରମ, ସାଂସଦ ସୁରେଶ ପୂଜାରୀ, ରେଲୱେ ମନ୍ତ୍ରାଳୟ ତଥା ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଲୱେ ଜୋନର ଜେନେରାଲ ମ୍ୟାନେଜରଙ୍କୁ ଜଣାଇଛନ୍ତି ନେସନାଲ ଏଜିଟେସନ କମିଟିର ଆଇଟି ୱିଙ୍ଗର ରାଷ୍ଟ୍ରୀୟ ସଂପାଦକ ବାପୁଜୀ ପାତ୍ର। ସେ ଅଭିଯୋଗ ଆଣିଛନ୍ତି ରେଲୱେକୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ଏହି ତିନୋଟି ଷ୍ଟେସନର କୌଣସି ଉନ୍ନତି ହେଉନାହିଁ। ଏହାର ପ୍ରତ୍ୟୁତ୍ତରରେ ବିଲାସପୁର ଡିଆରଏମ ଏକ ଟ୍ବିଟ୍ କରି ଜଣାଇଛନ୍ତି ଯେ ଅଭିଯୋଗର ବିଚାର ପାଇଁ ସଂପର୍କିତ ବିଭାଗକୁ ସୂଚିତ କରି ଦିଆଯାଇଛି ।

Leave A Reply

Your email address will not be published.