ଏସପିଙ୍କ ସହ ବନ୍ଧୁତା କରି ସମାପିତ ହେଲା “ଚାଇଲ୍ଡଲାଇନ ସହ ବନ୍ଧୁତା” ରଥ  କାର୍ଯ୍ୟକ୍ରମ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ): ଚାଇଲ୍ଡଲାଇନ ଦ୍ଵାରା ଆରମ୍ଭ କରାଯାଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ଚାଇଲ୍ଡଲାଇନ ସହ ବନ୍ଧୁତା’ ରଥର ପରିକ୍ରମା କାର୍ଯ୍ୟକ୍ରମ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ବନ୍ଧୁତା ସ୍ଥାପନ ପରେ ସମାପିତ ହୋଇଛି। ଏହି ଅବସରରେ ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଆନନ୍ଦିନି ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ବଦର୍ଶୀ ସାହୁ ତଥା ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ଚାଇଲ୍ଡଲାଇନର ବନ୍ଧୁତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଶିଶୁ ଅଧିକାର ତଥା ସୁରକ୍ଷା ବିଷୟରେ ଧାରଣା ଦେଇଥିଲେ।ଏହା ବ୍ୟତୀତ ୟୁଏନସିଆରସିର ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ତଥା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ଏକ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରି ଶିଶୁ ସୁରକ୍ଷା ଓ ଅଧିକାରର ବାର୍ତ୍ତା ଦେଇ ସଚେତନତା ସୃଷ୍ଟି କରିଥିଲା। ଚାଇଲ୍ଡଲାଇନ ସଦସ୍ୟ କୁଲଦୀପ ପଟେଲ, ଶୁଭଶ୍ରୀ ସାହୁ,ଡୋଳାମଣି ସେଠ,ଜ୍ୟୋତ୍ସ୍ନା ପ୍ରଧାନ,ସତିଆ ବୁଡ଼ା ଓ ସାଗର ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Leave A Reply

Your email address will not be published.