ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଓ କୋଟି କୋଟି ଜନମାନସର ନାୟିକା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶହେ ତିନିତମ ଜନ୍ମ ବାର୍ଷିକୀ ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଭରତ ଅୱସ୍ତି ସଭାପତିତ୍ବ କରି ସ୍ବର୍ଗତା ଗାନ୍ଧୀଙ୍କ କାର୍ଯ୍ୟର ସ୍ମୃତିଚାରଣ କରିଥିଲେ। ବିଶ୍ବଦରବାରରେ ଭାରତକୁ ଏକ ବୃହତ ଶକ୍ତି ଭାବରେ ପରିଚିତ କରାଇବାରେ ଶ୍ରୀମତୀ ଗାନ୍ଧୀଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ। ତାଙ୍କରି ଆଦର୍ଶରେ କାର୍ଯ୍ୟ କଲେ କଂଗ୍ରେସ ପୁନର୍ବାର ଲୋକଙ୍କ ଆସ୍ଥା ଲାଭ କରିପାରିବ ଏବଂ ଦେଶକୁ ଆହୁରି ମଜବୁତ କରିବାରେ ସକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଇନ୍ଦିରା ଗାନ୍ଧୀ ଭାଷଣରେ ନୁହେଁ, କର୍ମରେ ବିଶ୍ବାସ କରୁଥିଲେ, ତେଣୁ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ ତାଙ୍କ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା ବୋଲି ଅନ୍ୟାନ୍ୟ ବକ୍ତା କହିଥିଲେ। ମାତ୍ର ବର୍ତ୍ତମାନ ଶାସନରେ ଥିବା ବିଜେପି ସରକାର କଂଗ୍ରେସ ଅମଳରେ ହୋଇଥିବା ସମସ୍ତ ଜନମଙ୍ଗଳକାରୀ ଯୋଜନାର ଫଳ ଶ୍ରେୟ ନେଇ କେବଳ ଗାନ୍ଧୀ ପରିବାରକୁ ବଦନାମ କରି ଚାଲିଛି ଏବଂ ଏମାନଙ୍କ ଏ ଷଡ଼ଯନ୍ତ୍ରର ସମୟ ଆସିଲେ ଜନତା ଉଚିତ ଜବାବ ଦେବ ବୋଲି କହିଥିଲେ। 

ଆଜିର ଏହି ସଭାରେ ସିଆରାମ ଦାସ, ପ୍ରଶାନ୍ତ ତ୍ରିପାଠୀ, ଶ୍ରୀମତୀ ପ୍ରଦୀପ୍ତା ପାତ୍ର, ଭାଗିରଥ ପାତ୍ର, ସଞ୍ଜୟ ମହାପାତ୍ର, ଶାହରୁଖ ଖାନ, ମନୀଷ ବାଜପେୟୀ, ଶୈଳେଶ ତିୱାରୀ, ମୁନୁ ଭାଇ, ରାହୁଲ ଠାକୁର, ସମ୍ବିଦ ପଟେଲ, ନବନୀତ କୁଅଁର ପ୍ରଭୃତି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.