କରୋନା ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କଲା ସ୍ଥାନୀୟ ପ୍ରଶାସନ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ଭଞ୍ଜନଗର ଉପଖଣ୍ଡ ମେଡିକାଲର ବରିଷ୍ଠ ଡାକ୍ତର ଶିଶିର କୁମାର ସାବତଙ୍କୁ ସ୍ଥାନୀୟ ମେଡିକାଲ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ପ୍ରକାଶ ଯେ ଗତ ୧୫ ତାରିଖରେ କୋଭିଡ଼ ରେ ଆକ୍ରାନ୍ତ ହୋଇ ସ୍ବର୍ଗତ ସାବତ ହୋମ କ୍ଵାରେଣ୍ଟ।ଇନରେ ଥିଲେ |  ହେଲେ ହଠାତ କୌଣସି କାରଣରୁ ସ୍ୱର୍ଗତ ସାବତଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଶେଷ ରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ  ଅପରାହ୍ନ ୪.୪୫ ରେ ତାଙ୍କର ଦେହାନ୍ତ ଘଟିଥିଲା। ଏହା ପରେ ତାଙ୍କର ଏକ ମାତ୍ର ପୁଅ ଆଜି ବେଙ୍ଗାଳୁରୁରୁ ଆସିବା ପରେ ମେଡିକାଲ ପରିସରରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଗଂଜାମ ସିଡିଏମଓ,  ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ମେଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ସମେତ ସମସ୍ତ ମେଡିକାଲ କର୍ମଚାରୀ ଓ  ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ।

Leave A Reply

Your email address will not be published.