ପଦ୍ମପୁର ର ବିଭିନ୍ନ ସମସ୍ୟା ନେଇ  ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବି.ଜେ.ପି ଯୁବ ମୋର୍ଚ୍ଚା

0

06-06-18-padam.jpg - 60.43 kB

ପଦ୍ମପୁର/ ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ସହରର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦଳ ବରଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି  ପ୍ରୀତେଶ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଉପ ଜିଲ୍ଲାପାଳ  ଦୌଳତ ଚନ୍ଦ୍ରକାରଙ୍କୁ ଭେଟିଥିଲେ।ଉକ୍ତ ସାକ୍ଷାତ କାରରେ ପଦ୍ମପୁର ସଫେଇ କାର୍ଯ୍ୟ ,ବର୍ଷା ଜଳ ନିଷ୍କାସନ,ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ପାଣି ସମସ୍ୟା ପ୍ରମୁଖ ବିଷୟ ଉପରେ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଏହି ସମସ୍ୟା ଗୁଡ଼ିକର ଯଥା ଶୀଘ୍ର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ।ଉକ୍ତ ସାକ୍ଷାତକାରରେ ଅଶୋକ ମିଶ୍ର ,ରମେଶ ମେହେର,ଅରବିନ୍ଦ ପଟ୍ଟନାୟକ,ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ  କୁମାର ମେହେର,ସେବକ ମେହେର,ନବ କିଶୋର କଣ୍ଟା, ନରେଶ ସାହୁ,କୁନାଳ ପାଣିଗ୍ରାହୀ,ହିତେଶ ଅଗ୍ରଓ୍ବାଲ,ସିଦ୍ଧେଶ୍ବର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.