ଓଡ଼ିଆ ଜାତି ଓ ଓଡ଼ିଶାକୁ ଅପମାନିତ କରିବା ଲେଖାଶ୍ରୀଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି : ବିଜୟ 

0 1

ଭୁବନେଶ୍ୱର : ପୂର୍ବରୁ ସୁରତ ରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପତ୍ନୀମାନେ ଦେହ ବ୍ୟବସାୟ କରନ୍ତି ବୋଲି କହି ଓଡ଼ିଶାର ମା ଭଉଣୀ ମାନଙ୍କୁ ଅପମାନିତ କରିଥିବା ବେଳେ ଏବେ  ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀ ବିଷୟରେ ଲଜ୍ଜାଜନକ ମନ୍ତବ୍ୟ ଦେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସମଗ୍ର ଓଡିଶା ଜାତି ପ୍ରତି ଉପହାସ କରିଛନ୍ତି | ସମ୍ବିତ ପାତ୍ରଙ୍କ ପାଇଁ ପୁରୀ ଓଡିଶାରେ ବୋଲି  ଦେଶବାସୀ ଜାଣିଲେ ବୋଲି କହିବା   ଓଡିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କର ହୀନମନ୍ୟତା ପୁନଃ ପ୍ରମାଣିତ ଓ ନିର୍ବାଚନରେ ପରାଜୟଜନିତ ଆକ୍ରୋଶର ପ୍ରତିଫଳନ  |   

ସମ୍ବିତଙ୍କ ଭଳି ହାରୁପ୍ରାର୍ଥୀଙ୍କୁ ପ୍ରଶଂସା କରିବାକୁ ଯାଇ ଓଡିଆଙ୍କ ଆରାଧ୍ୟଦେବତା ପ୍ରଭୁ ଜଗନ୍ନାଥଙ୍କ ପୀଠ ବିଶ୍ୱ ପ୍ରସିଦ୍ଧ ପୁରୀକୁ ଅବମୂଲ୍ୟାୟନ କରିବା ଲେଖାଶ୍ରୀଙ୍କର ଏ କି ପ୍ରକାରର ରୁଗଣ ମାନସିକତା | ସମ୍ବିତ ଜଣେ ଜନନେତା ନୁହଁନ୍ତି ଷ୍ଟୁଡିଓ ଅଭିନେତା | ବିଜେପିର ଜଣେ କୁହାଳିଆ ଓକିଲ, ତାଙ୍କୁ ବଡ କରି ଦେଖିବାକୁ ଲେଖାଶ୍ରୀ ନିଜ କୁଳର ମାନ ମହତ୍ ଇଜ୍ଜତ୍ ତଳେ ପକେଇଲେ କାହିଁକି?? ଲେଖାଶ୍ରୀ ଜଣେ ଶିକ୍ଷିତା  ମହିଳା | ତାଙ୍କ ମା ବି ଜଣେ ସୁଲେଖିକା | ସେ ନିଜ ବକ୍ତବ୍ୟ ଟିକୁ ନିଜ ମା ଙ୍କ ପାଖରୁ ଅନୁମୋଦନ କରେଇ ପାରିବେତ ?? 

ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତ୍ରରେ ଧ୍ୟାନ ନୀତିରେ  ଟିକେ ଅଇଁଠା ଚାଟିବାକୁ ଲେଖାଶ୍ରୀ କାହିଁକି ଏତେ ତଳକୁ ଚାଲିଗଲେ  ଲେଖାଶ୍ରୀଙ୍କ ଭୂଗୋଳ ଓ  ଇତିହାସ ରେ ଜ୍ଞାନ ନାହିଁ ବୋଲି ଆଗରୁ ପ୍ରମାଣିତ | ହେଲେ ସେ ଯେ ସାଧାରଣ ଜ୍ଞାନ ଶୁନ୍ୟ,  ତାହା ଏବେ ଜଣା ପଡ଼ିଲା |  ସୁରତ ପ୍ରସଙ୍ଗ ରେ ତାଙ୍କର ମୁହଁରେ ଆଗରୁ କଳା ଲାଗିଛି ତଥାପି ସେ ବୁଝୁନାହାଁନ୍ତି  l ଓଡିଆ ମାନଙ୍କ ସ୍ଵାଭିମାନ ଓ ଅସ୍ମିତାକୁ ନେଇ ଖେଳ  ଖେଳୁଛନ୍ତି, ଲେଖାଶ୍ରୀ ଓଡିଶାର ଝିଅ ନାଁ ଅନ୍ୟ କିଏ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ! ପୁରୀ ସମ୍ପର୍କରେ ଏପରି ଅପମାନସୂଚକ ମନ୍ତବ୍ୟ ପାଇଁ ଓଡିଶାବାସି ବିଜେପି ନେତ୍ରୀ ଲେଖାଶ୍ରୀଙ୍କୁ ଆଦୌ କ୍ଷମା ଦେବେନାହିଁ |

Leave A Reply

Your email address will not be published.