ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

0

ଝାରସୁଗୁଡା/ସୁବାସ ସାହାରେ: ଝାରସୁଗୁଡା ବୁରୋମାଲ ବୁଡାପଡା ସ୍ଥିତ ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ପଣ୍ତିତ ଜବାହର ଲାଲ ନେହୁରୁଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ ପାଳିତ ହୋଇ ଯାଇଛି।ଏହି  ଉତ୍ସବ ଅବସରରେ  ବିଦ୍ୟାଳୟ ର ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର ଙ୍କ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ଜୁଭେନାଇଲ ଜଷ୍ଟିକ ବୋଡ଼ର ସଭ୍ୟ  ଜନ୍ମେଜୟ ଦାସ, ବିଶିଷ୍ଟ ସମାଜସେବୀ ତଥା ଝାରସୁଗୁଡା ଜିଲ୍ଲା ବ୍ରାହ୍ମଣ ସମାଜର ପ୍ରାକ୍ତନ ସଭାପତି ରବୀନ୍ଦ୍ର ଦିକ୍ଷୀତ, ଶିକ୍ଷା ବିତ ତଥା ବିଦ୍ୟାଳୟର ପ୍ରଶାସକ ଅନନ୍ତ ରାମ ସାହୁ, ଉପ ସଭାପତି  ନିକୁଞ୍ଜ ବିହରୀ ମିଶ୍ର, ସଂପାଦକ ହରି ଶଙ୍କର ପୁରୋହିତ, ସମାଜ ସେବୀ ତଥା ଖୀଦମତ କମିଟିର ମୁଖ୍ୟ ଏମ.ଡି ନାସିର (ଗୁଡ଼ଡୁ),  ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ ର ସଭାପତି ଇଂ ଅରବିନ୍ଦ ବାରିକ, ବିଶିଷ୍ଟ ବ୍ୟବସାୟି  ଦର୍ଶନ ସିଂ ଚାଚା ନେହୁରୂ ଙ୍କ ଜୀବନୀ ବିଷୟରେ ଅଭିଭାଷଣ ପ୍ରଦାନ କରିବା ସହ ଦିଵ୍ୟାଙ୍ଗ ଶିଶୁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପରିଚିଲିତ କରିବା ପାଇଁ ସମସ୍ତ ସହଯୋଗ କରିବା ମତାମତ ରଖିଥିଲେ। ସ୍କୁଲର ଅଧକ୍ଷା ମମତା ଦାଶ  ପ୍ରଥମେ ପ୍ରାରମ୍ଭିକ ସୂଚନା ପ୍ରଦାନକରିଥିବା ବେଳେ ବିଦ୍ୟାଲୟର କମିଟି ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ  ବିଜୟ ସାହିଗଲ, ନମିତା ନାଥ ଉପେନ୍ଦ୍ର ଭଇଁସା, ସୁଲୋଚନା ସାହୁ,ସୁରେନ୍ଦ୍ର ମହାନନ୍ଦ, ନିହାରିକା ମିଶ୍ର,କାନ୍ତା ନାଏକ,  ପ୍ରମୁଖ ଉପସ୍ଥିତ ରହି ସହଯୋଗ କୋବିଡ଼ କଟକଣାକୁ ଦୃଷ୍ଟି ରେ ରଖି ନିରାଡ଼ମ୍ବର ଭାବେ ଅଳ୍ପ କର୍ମକର୍ତ୍ତା ନେଇ କରାଯାଇଥିବା ବେଳେ ରାଜେଶପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.