ନିସହାୟ ଓ ଦୁଖୀରଙ୍କି ଙ୍କର ସାଙ୍ଗେ ସବୁବେଲେଁ ଥିସି ନିଷ୍ଠା ପରିବାର 

0

ହୋଲି ହେଉ କି ଦିପାବଳୀ କି ହେଉ ଆମର ନୂଆଁଖାଇ ତିହାର

ବରଗଡ :- ବରଗଡ ଜିଲ୍ଲାର ଗାଇସିମା ଗ୍ରାମ ରେ ଦିର୍ଘ ଦିନ ହେଲା ନିଜ ସ୍ତ୍ରୀଙ୍କ ସହ ରହି ଆସୁଥିଲେ  ମୁରଲି ସିଦାର । ଲୋକେ ତାଙ୍କୁ ରାଇଗଡିଆ ବୋଲି ଡାକନ୍ତି। ତାଙ୍କ ର ଆଉ କେହି ନାହାନ୍ତି।ଦିର୍ଘ ଦିନ ଧରି ସେ ଅସୁସ୍ଥ ଥିବାରୁ ବରଗଡ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ଗାଇସିମା ଗ୍ରାମ ର ଯୁବ ଗୋଷ୍ଠୀଙ୍କ ଠାରୁ ଖବର ପାଇ ସାହାଯ୍ଯ ର ହାତ ବଢାଇଥିଲା  ନିଷ୍ଠା ପରିବାର । ଗାଇସିମା ଯୁବଗୋଷ୍ଠୀ ଏବଂ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ  ଖଣ୍ଡହଥା ଶ୍ମଶାନ ଘାଟ ରେ ଶବଦାହ କରାଗଲା । ଏହି ଶବଦାହ ରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ,ମଦନମୋହନ ଦାଶ, ସରୋଜ ସାହୁ, ଜୟନ୍ତ ପଧାନ, ବିଦ୍ୟାଧର ଭୋଇ ଏବଂ ଗାଇସିମା ଗ୍ରାମ ର ଧିରେନ ମହାପାତ୍ର, ଡାକ୍ତର ମହାପାତ୍ର, ସଦା ମହାପାତ୍ର, କୃଷ୍ଣ ସାହୁ,କ୍ଷିରୋଦ୍ର ମହାପାତ୍ର, କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟ ଙ୍କ ସେବାରେ ଉତ୍ସାର୍ଗୀକୃତ  ନିଷ୍ଠା ପରିବାର ଆଜି ବରଗଡ଼ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଏହାର ସଭ୍ୟ ମାନେ ସାଧାରଣ ଜନତାଙ୍କର ଅତି ପ୍ରିୟପାତ୍ର ହୋଇ ପାରିଛନ୍ତି ଏଥିରେ ସନ୍ଦେହ ନାହିଁ ।

 

Leave A Reply

Your email address will not be published.