ଗୌରବ ବଢ଼ାଇଲା ଓଡିଶା ଆଦର୍ଶ ବିଦ୍ୟାଳୟ  ବଲାଙ୍ଗୀର 

0

OAVS Teacher Recruitment 2018 - campus and jobs

ବଲାଙ୍ଗୀର / ନିରୋଜ ମିଶ୍ର :  ବଲାଙ୍ଗୀର ଆଦର୍ଶ ବିଦ୍ୟାଳୟ ଓଡିଶା ବଲାଙ୍ଗୀର ପାଇଁ ଆଣିଦେଇଛି ଗର୍ବ । ଏହି ବିଦ୍ୟାଳୟ ଦେଶର ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ପଞ୍ଚମ ସ୍ଥାନରେ ନିଜକୁ ତାଲିକା ଭୁକ୍ତ କରିପାରିଛି ।ବିଦ୍ୟାଳୟ ବଲାଙ୍ଗୀର ବିଦ୍ୟାଳୟର ସର୍ବାଙ୍ଗୀନ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନ ମାପ କାଠିରେ ଏହି ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଏହି ବିଦ୍ୟାଳୟ ଏହି ତାଲିକାଭୁକ୍ତ ହୋଇପାରିଛି । ବଲାଙ୍ଗୀର ପଥର ଚେପା ଠାରେ ଥିବା ଏହି ଓଡିଶା ଆଦର୍ଶ ବିଦ୍ୟାଳୟର ପାଠପଢା, ଏଠିକାର ସବୁ କର୍ମଚାରୀଙ୍କ ଅପ୍ରାଣ ଉଦ୍ୟମ, ଛାତ୍ରଛାତ୍ରୀଙ୍କ ପରିଶ୍ରମ, ଭଲ ନମ୍ବର ରଖି ପାସ ହାର ଅଧିକ, ଖେଳ, ସଂସ୍କୃତିରେ ଉତ୍କୃଷ୍ଟ ପ୍ରଦର୍ଶନ ଏହି ବିଦ୍ୟାଳୟ ପାଇଁ ଏହି ଗୌରବ ଆଣିଦେଇଛି ।ଏହି 560 ଛାତ୍ରଛାତ୍ରୀ ଥିବାବେଳେ କ୍ରମାଗତ ଭାବରେ ଏହି ବିଦ୍ୟାଳୟ ଭଲ ପ୍ରଦର୍ଶନ କରି ଆସୁଛି । ଯାହା ପାଇଁ ଏଠିକାର କର୍ମଚାରୀ ଶିକ୍ଷକ, ଛାତ୍ରଛାତ୍ରୀ ଓ ସବୁଠୁ ବଡ଼ ଅଭିଭାବକମାନଙ୍କର ବିଶ୍ୱାସ ହିଁ ଏହା ସମ୍ଭବ କରିଛି ବୋଲି ଏଠିକାର ଅଧ୍ୟକ୍ଷ କହିଛନ୍ତି ।ସେହିପରି ଏହାର ଶ୍ରେୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ସେ ଦେଇଛନ୍ତି । ଏବଂ ଏହି ବିଦ୍ୟାଳୟ ଆଗକୁ ମଧ୍ୟ ମଣିଷ ଗଢି ଚାଲିବ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.