ଶିକ୍ଷକ ପଦୋନ୍ନତି କୁ ଶିଘ୍ର ଶେଷ କରିବା ପାଇଁ ସାଂସଦ ଓ ବିଧାୟକଙ୍କ ହସ୍ତକ୍ଷେପ ଲୋଡିଲା ଶିକ୍ଷକ ପ୍ରତିନିଧି ଦଳ

0

ବାରିପଦା/ଦିଲ୍ଲୀପ ମହାନ୍ତି  – ସାରା ରାଜ୍ୟରେ ଶିକ୍ଷକ ପଦୋନ୍ନତ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଏପର୍ଯ୍ୟନ୍ତ ୨୬ଟି ଜିଲ୍ଲାରେ ଏହା ଶେଷ ହୋଇଥିବାବେଳେ ସବୁଠାରୁ ବଡ ଜିଲ୍ଲା ମୟୂରଭଞ୍ଜ ଏଦିଗରେ ପଛରେ ପଡିଯାଇଛି | ବିଭିନ୍ନ ସମୟରେ ଶିକ୍ଷକ ସଂଘ ତରଫରୁ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଦିଗେ ବିଶେଷ ଅଗ୍ରଗତି ହୋଇପାରିନାହିଁ | ତେଣୁ ବାଧ୍ୟ ହୋଇ ଏକ ଶିକ୍ଷକ ପ୍ରତିନିଧି ଦଳ ଆଜି ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ମୋରଡା ବିଧାୟକ ରାଜକିଶୋର ଦାଶଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଥିଲେ | ଶିକ୍ଷକମାନଙ୍କ ଅନୁରୋଧ କ୍ରମେ ସାଂସଦ ଶ୍ରୀମତୀ ମହାନ୍ତ ଡିଇଓ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ତୁରନ୍ତ ପଦୋନ୍ନତ୍ତିକୁ ଶେଷ କରିବାକୁ ପରାମର୍ଶ ଦେଇଥିଲେ | ବିଧାୟକ ଶ୍ରୀ ଦାଶ ମଧ୍ୟ ଡିଇଓ ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଶିକ୍ଷକମାନଙ୍କର ପଦୋନ୍ନତ୍ତିକୁ ବିଳମ୍ବ ନକରିବାକୁ କହିଥିଲେ | ଶିକ୍ଷକ ନେତା ମାନସ ପଣ୍ଡାଙ୍କ ନେତୃତ୍ବରେ ଆଜିର ଏହି ଶିକ୍ଷକ ପ୍ରତିନିଧି ଦଳରେ ଶରତ କୁମାର ମହାନ୍ତ, ଅଜିତ କୁମାର ଭଞ୍ଜଦେଓ, ଶିଉଲାଲ ମହାନ୍ତ, ସମୀର କୁମାର ଦଣ୍ଡପାଟ, ଧିରେନ୍ଦ୍ର ଭଞ୍ଜଦେଓ, ନରେନ୍ଦ୍ର ପାତ୍ର, ବାଢା ହେମ୍ବ୍ରମ, ରାମଚନ୍ଦ୍ର ମାରାଣ୍ଡି, ଭରତ ଚନ୍ଦ୍ର ପାତ୍ର, ଶୀତଲ ଦାଶ, ବିନୟ କୁମାର ବିନ୍ଧାଣୀ, ସୁବ୍ରତ କୁମାର ବଶା, ମୋହନ ଚନ୍ଦ୍ର ସାହୁ, ପରେଶ ଚନ୍ଦ୍ର ସି, ଅତୁଲ୍ୟ କୁମାର କୁଅଁର, ବୈକୁଣ୍ଠ ନାଥ ଗିରି, ସୁଶାନ୍ତ କୁମାର ଦେ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |

Leave A Reply

Your email address will not be published.