କି ବର୍ବର : ଗଲା ଗୋଟିଏ ପରିବାରର ୬ ଜୀବନ 

0

ପାଟଣାଗଡ (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) :  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼  ବ୍ରହ୍ମପୁରା ଅନ୍ତର୍ଗତ କୁସୁମପଡ଼ାରେ ଗତ ବୁଧବାର ଦିନ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିବା ସୂଚନା ମିଳିଛି। ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଛି। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ। ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ଗତକାଲି କୌଣସି କାରଣରୁ ତାଙ୍କ ପରିବାରରେ କଳହ ହୋଇଥିଲା। ଆଜି ସକାଳୁ ଘରୁ କେହି ନ ବାହାରିବାରୁ ସ୍ଥାନୀୟଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଆସି ଘରର କବାଟ ଫିଟାଇ ଭିତରକୁ ଯାଇଥିଲା। ଘର ଭିତରେ ୬ ଜଣଙ୍କ ମୃତ ଦେହ କମ୍ବଳ ଘୋଡାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ଭିତରେ ବୁଲୁ ଜାନୀ (୫୦) ତାଙ୍କ ପତ୍ନୀ ଜୋତି ଜାନୀ (୪୮), ବଡ ଝିଅ ସରିତା ଜାନୀ (୧୨) ଭିଷ୍ମ ଜାନୀ (୫), ସଞ୍ଜିବ ଜାନୀ (୨) ଶ୍ରିୟା ଜାନୀ (୩) । ପାରିପାର୍ଶ୍ଵ ସ୍ଥିତିକୁ ଦେଖିଲେ କୋଦାଳ ଓ ଗୋଟିଏ ଟାଙ୍ଗି ପଡିଥିବାର ଦେଖି ଏହି ହତ୍ୟା ବୋଲି ସନ୍ଦେହ ହେବ ସହ  ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସନ୍ଦେହ କରି ଦୁଇ ପଡ଼ୋଶୀ କୁ ଗିରଫ କରି ପଚରା ଉଚରା ଜାରୀ ରଖିଛି। ପୁଲିସ ଏନେଇ ସାଇଣ୍ଟିଫିକ୍ ଟିମକୁ ଘଟଣାସ୍ଥଳକୁ ଡାକି ଯାଞ୍ଚ କରୁଛି।

Leave A Reply

Your email address will not be published.