ନିଷ୍ଠା ପରିବାର ପକ୍ଷରୁ ଟପ୍ପରଙ୍କୁ ସମ୍ମାନ

0 2

 ଶିକ୍ଷା ପାଇଁ ଆର୍ଥିକ ସ୍ବଚ୍ଛଳତା ଏକ ମାପଦଣ୍ଡ ନୁହେଁ, ଉଚ୍ଚ ଅଭିଳାଷ ଓ ଉଦ୍ୟମ ହିଁ ସଫଳତାର ଚାବି କାଠି |

ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ବୁଧବାର ଜାତୀୟ ଶିକ୍ଷା ଦିବସ ଅବସରରେ ନିଷ୍ଠା ପରିବାର ପକ୍ଷରୁ ବରଗଡ଼ ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ଶିକ୍ଷାର୍ଥୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଉପ ଜିଲ୍ଲାପାଳ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କ ଅଭିଭାବକ ମାନେ ନିଜର ମତ ପୋଷଣ କରିଥିଲେ। ନିଷ୍ଠାର ସଭାପତି ରକ୍ଷପାଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ସଭା କାର୍ଯ୍ୟରେ ମଦନ ମୋହନ ଦାସଙ୍କ ସଂଯୋଜନରେ ପରିଚାଳିତ ହୋଇଥିଲା । ସମ୍ପାଦକ 

ଅଶ୍ବିନୀ ତ୍ରିପାଠୀ ବିବରଣୀ ପାଠ କରିଥିଲେ ଓ ଅନ୍ୟ ସଭ୍ୟମାନଙ୍କ ସହଯୋଗରେ ସଫଳ ଭାବେ ସମ୍ପର୍ଣ୍ଣ ହେଇଥିଲା।

ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତା ହାସଲ ପାଇଁ

୧.ଅନ୍ୱେଷ ସାହୁ

୨.ପ୍ରବୀଣ କୁମାର ସାହୁ

ଦ୍ୱାଦଶରେ ସଫଳତା ହାସଲ ପାଇଁ

୧.ସ୍ମୃତିଶିଖା ସାହୁ (କଳା)

୨.ଦିଶାନ୍ତ ମିଶ୍ର (ବିଜ୍ଞାନ)

୩.ଶିଖର ଅଗ୍ରୱାଲ(ବାଣିଜ୍ୟ)

ନିଷ୍ଠା ପରିବାର ତରଫରୁ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କର ସଫଳ ଭବିଷ୍ୟତ କାମନା କରି ସହ ଆଗାମୀ ଦିନରେ ନିଜର ସାମାଜିକ ଦାୟିତ୍ୱ ପ୍ରତି ଯତ୍ନବାନ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଆହ୍ବାନ ଦିଆଯାଇଥିଲା।

         

Leave A Reply

Your email address will not be published.