କିଏ ହଜେଇଛି ଏଇ ଅମୁଲ୍ୟ ରତ୍ନକୁ, ଆସି ନେଇଯାଅ

0 1

ଟ୍ରକ ଡ୍ରାଇଭର ଦେଲେ ସହୃଦୟତାର ପରିଚୟ, ୪ ବର୍ଷ ନାବାଳକକୁ ଉଦ୍ଧାର କରି ଥାନାରେ ପହଞ୍ଚାଇଲେ। 

ସତରେ ପିଲାମାନଙ୍କ ଫୋଟୋ ଦେବା ଯଦି ଆମ ସାମ୍ବାଦିକତାର ନୀତି ବିରୋଧୀ, ତଥାପି ପିଲାଟିକୁ ତା ବାପା ମାଙ୍କ ଠିକଣା ଖୋଜିଦେବା ପାଇଁ ବା ସେଇ ଅଭାଗା ବାପାମାଙ୍କୁ ରମେଶର ଠିକଣା ଦେବା ପାଇଁ ଆମେ ଏ ଫୋଟୋକୁ ସ୍ଥାନିତ କରୁଛୁ |  କିଏ ହଜେଇଛି ଏଇ ଅମୁଲ୍ୟ ରତ୍ନକୁ, ପ୍ଲିଜ଼ ଆସି ନେଇଯାଅ | ତା ଶୈଶବ ତାକୁ ଫେରାଇଦିଅ | ଏମିତି ଅସହାୟତାର ଅନ୍ଧାର ଭିତରୁକୁ ଠେଲି ଦିଅନ୍ତୁ ନାହିଁ | 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ର ଜଣେ ଟ୍ରକ ଡ୍ରାଇଭର ମାନବିକତାର ପରିଚୟ ଦେଇଛନ୍ତି। ଚାଇଲ୍ଡଲାଇନର କେନ୍ଦ୍ରୀୟ ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କ ସୂଚନା ମୁତାବକ ଗତ ୮ ତାରିଖ ରାତ୍ରି ୮ଟାରେ ବେଲପାହାଡ଼ ଅଞ୍ଚଳର ଏକ କୋଇଲା ଖଣିରୁ ଫେରୁଥିବା ବେଳେ କଲଟାଚୂନା ଘାଟି ବନଦୁର୍ଗା ମନ୍ଦିରରେ ଏକ ଚାରି ବର୍ଷର ବାଳକକୁ ମନ୍ଦିରରେ ଖୋଲା ଦେହରେ ଏକାକୀ ବସିଥିବା ଦେଖି ସେ ତାକୁ ପଚରାଉଚରା କରିବା ପରେ ବାଳକଟି ନିଜ ନାମ ଛଡ଼ା ଆଉ କିଛି କହିପାରୁ ନଥିଲା। ରାତ୍ରି ହୋଇଯାଇଥିବା ଯୋଗୁଁ ସେ ନିକଟସ୍ଥ କୌଣସି ଥାନାରେ ବାଳକଟିକୁ ପହଞ୍ଚାଇ ପାରି ନଥିଲେ। ତେଣୁ ସେ ତାକୁ ବେଲପାହାଡ଼ ପୋଲିସ ଷ୍ଟେସନକୁ  ହସ୍ତାନ୍ତର କରି ଦେଇଥିଲେ।  ଘଟଣାଟି ବିଷୟରେ ବେଲପାହାଡ଼ ପୋଲିସ ଚାଇଲ୍ଡଲାଇନକୁ ଅବଗତ କରାଇଥିଲେ। ଚାଇଲ୍ଡଲାଇନ ଏ ସଂକ୍ରାନ୍ତରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ତାକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଛନ୍ତି। କେବଳ ନିଜର ନାମ ରମେଶ ଛଡ଼ା ସେ ନିଜର ପିତାମାତା ବା ଗାଁ ଠିକଣା କିଛି କହିପାରୁ ନାହିଁ। ଶିଶୁଟି ବିଷୟରେ ଚାଇଲ୍ଡଲାଇନ ନେଟୱାର୍କରେ ମଧ୍ୟ ବିବରଣୀ ଦିଆଯାଇଛି। ଯଦି କୌଣସି ସହୃଦୟ ବ୍ୟକ୍ତି ଶିଶୁଟି ବିଷୟରେ କୌଣସି ଖବର ପାଆନ୍ତି, ତେବେ ଚାଇଲ୍ଡଲାଇନ ୧୦୯୮କୁ ବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମୋବାଇଲ ନମ୍ବର ୯୪୩୭୩୪୭୪୬୭ ରେ ଯୋଗାଯୋଗ କରିବାକୁ ଶିଶୁ ମଙ୍ଗଳ ଅଧ୍ୟକ୍ଷା ଶ୍ରୀମତୀ ଆନନ୍ଦିନି ପାଢ଼ୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.