ସିଡିଏସ ମହିଳା ଟପ୍ପର ଅଦିତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : କମ୍ବାଇନଡ଼ ଡିଫେନ୍ସ ସର୍ଭିସେସ (ସିଡିଏସ)-ମହିଳା ପରୀକ୍ଷାରେ ଟପ୍ପର ହୋଇଥିବା ଓଡ଼ିଶାର ଅଦିତି ପରିଡାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କର ଏ ସଫଳତା ପାଇଁ ଓଡିଶା ଗର୍ବିତ ଅନୁଭବ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | 

ଅଦିତିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କରିଥିବା ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ “ସଂଯୁକ୍ତ ପ୍ରତିରକ୍ଷା ସେବା ପରୀକ୍ଷା ମହିଳା ବର୍ଗରେ ଢେଙ୍କାନାଳର ଅଦିତି ପରିଡା ପ୍ରଥମ ସ୍ଥାନ ହାସଲ କରିବା ଓଡ଼ିଶା ପାଇଁ ଗୌରବର ବିଷୟ। ଓଡ଼ିଶାର ପ୍ରଥମ ମହିଳା ଭାବେ ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ।” 

ସୂଚନାଯୋଗ୍ୟଯେ  ଓଡିଶାରେ ଜନ୍ମିତ ଅଦିତି ହେଉଛନ୍ତି ଓଡିଶାର ପ୍ରଥମ ମହିଳା ଯିଏକି ସିଡିଏସ୍ ପରୀକ୍ଷାରେ ଶୀର୍ଷରେ ରହିଛନ୍ତି | ଅଦିତି  ପୁଣେର ସିମ୍ବଆଇଓସିସ କଲେଜରୁ ଗଣ ଯୋଗାଯୋଗରେ ସ୍ନାତକ ହାସଲ କରିଥିଲେ ଏବଂ ସେ ମଧ୍ୟ ତାଙ୍କ ବ୍ୟାଚର ଟପ୍ପର ବି ହୋଇଥିଲେ | ଅଦିତି ମଧ୍ୟ ଜଣେ ଭଲ ଉଭୟ ଓଡ଼ିଶୀ ଏବଂ ଭାରତନାଟ୍ୟମ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ | ଭାରତୀୟ ସେନା ବ୍ରିଗେଡିୟରରଙ୍କ ସୁକନ୍ୟା ଅଦିତି ଆଂତ ଆର୍ମି ସ୍କୁଲ  ଜାତୀୟ ବିତର୍କ ଚାମ୍ପିଅନ୍ ହୋଇଥିଲେ | 

Leave A Reply

Your email address will not be published.