ଖୋର୍ଦ୍ଧା ଜିଲ୍ଲା ଶାକ୍ୟଦ୍ବୀପି ଦୈଵଜ୍ଞ ବ୍ରାହ୍ମଣ ସଂଘର ପ୍ରଥମ ବୈଠକ

0

ଖୋର୍ଦ୍ଧା,(ଶାସକ ପ୍ରଶାସକ) :- ଗଡ଼ ଖୋର୍ଦ୍ଧା ଠାରେ ଥିବା ପ୍ରଭୁ କୁଞ୍ଜବିହାରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଖୋର୍ଦ୍ଧା ଜିଲ୍ଲା ଶାକ୍ୟଦ୍ବୀପି ଦୈଵଜ୍ଞ ବ୍ରାହ୍ମଣ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ନିରଞ୍ଜନ ଆଚାର୍ଯ୍ୟ ସଭାପତିତ୍ୱ କରିଥିବାବେଳେ ଜିଲ୍ଲାର ଅଭିଜ୍ଞ ଦୈଵଜ୍ଞ ବ୍ରାହ୍ମଣମାନେ ଯୋଗ ଦେଇଥିଲେ। ରାଜ୍ୟ ଦୈଵଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ସନ୍ତୋଷ କୁମାର ମହାପାତ୍ର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।  ଜିଲ୍ଲାରେ ଥିବା ଶାକ୍ୟଦ୍ବୀପି ବ୍ରାହ୍ମଣ ପ୍ରେମାନନ୍ଦ ସେନାପତି,ମନୋଜ କୁମାର ନାୟକ,ପ୍ରଭୁ ପ୍ରସାଦ ନାୟକ ପ୍ରମୁଖଙ୍କୁ ନେଇ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଂଘକୁ  ଜିଲ୍ଲାରେ କିପରି ମଜଭୁତ କରାଯିବ ଓ ସଂଘକୁ  ଜିଲ୍ଲାର ପ୍ରତ୍ୟେକ ଶାକ୍ୟଦ୍ବୀପି ବ୍ରାହ୍ମଣଙ୍କ ନିକଟରେ ପହଞ୍ଚେଇବା ପାଇଁ ସମସ୍ତେ ଏକମତ ହୋଇଥିଲେ। କୋଭିଡ଼ କଟକଣାକୁ ଧ୍ୟାନରେ ରଖି କେବଳ ଅଳ୍ପ ଦୈଵଜ୍ଞ ବ୍ରାହ୍ମଣଙ୍କୁ ନେଇ ଜିଲ୍ଲାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.