ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫ଜାଗାରେ ଚଢ଼ାଉ :  ୧୫୦୦ ଲିଟର ମଦ ଜବତ । 

0

ମାଲକାନଗିରି /ବି.ଶ୍ରୀନିବାସ ପାତ୍ର:ଅବକାରୀ ଅଧିକ୍ଷକ ଶ୍ରୀ ଅଶୋକ କୁମାର ସେଠ୍ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ନିରୀକ୍ଷକ ଶ୍ରୀ ଗଙ୍ଗା ପାଇକ ରାୟ ବାଲିମେଳା ଅବକାରୀ ବିଭାଗର  ଭାରପ୍ରାପ୍ତ ଅବକାରୀ ଅଧିକାରୀ ସୋମେଣ୍ଡୁ ଶେଖର ତ୍ରିପାଠୀ, ଙ୍କ  ନେତୃତ୍ୱ ରେ ଆଜି ମାଥିଲି ଅବକାରୀ ବିଭାଗର କର୍ମଚାରୀଙ୍କ ସହ ଓର୍କେଲ୍, ଡାଇକ୩ ରେ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ 5 ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା  ଯଥା ସୋରୁଲୁ କୋଣ୍ଡା  ଓ ବାଲିମେଳା ସହର ର କେତେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ଓ ସେସବୁ ସ୍ଥାନରୁ 2500 କିଗ୍ରା ମହୁଲ ପୋଚ ଓ 1500 ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ଦେସି ମଦ ଭାଟି ନଷ୍ଟ କରାଯାଇଥିଲା  ବିଶେଷ ସୁତ୍ରରୁ ଖବର ପାଇ ଏହି ଟିମ ଆଜି ସେଠାରେ ଚଢ଼ାଉ କରିଥିଲେ । ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀ ମାନେ ସେଠାରେ ପହଁଞ୍ଚିବା ପରେ ଦେଶୀମାଦ ପ୍ରସ୍ତୁତ କରୁଥିବା 5 ଜଣ ବ୍ୟକ୍ତିଙ୍କୁ  ଧରି ହାଜତକୁ ପଠାଇ ଦିଆଯାଇଛି । କିଛି ଲୋକମାନେ କୌଣସି ପ୍ରକାର ଜାଣିପାରି ସେଠାରୁ ଲୁଚି ପଳାଇ ଯାଇଥିଲେ। ସେହିପରି ବାଲିମେଳା ଅବକାରୀ ଥାନା ରେ 4 ଟି ଓ  ଓର୍କେଲ ଥାନା ଠାରେ 2ଟି  U/S case ରୁଜ୍ଜୁ କରାଯାଇଛି । ଥାନା ହାଜତରେ ଥିବା ବ୍ୟକ୍ତି ମାନେ ହେଲେ 1. ମୁକା ମାାଡ଼କାମୀ 2. ଲକମନ୍ ଗୋଲୋରି ରାୟଗୁରୁୁ 3. ଘାସିରାମ  ପାଙ୍ଗୀ ରାୟଗୁୁୁର 4 ଦୁଲା କବାସି  ଶୋରୁଲୁ କେଣ୍ଡା 5. ଗଙ୍ଗା ମାଡ଼କାମୀ ଊର୍ମାଗୁଡ଼ା ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଏପରି ଚଢ଼ାଉ ଜାରୀ ରଖିବା ସହ  ଜିଲ୍ଲା କୁ ସମ୍ପୁର୍ଣ ନିଶାମୁକ୍ତ କରିବାକୁ ଚେଷ୍ଟା କରିବୁ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠ କହିଛନ୍ତି ।

Leave A Reply

Your email address will not be published.