ବିଏମସିରେ ଚାକିରୀ ଦେବେ କହି ଟଂକା ଲୁଟୁଥିଲା ଠକ 

0

ଅଫର ଲେଟର ଦେଉଥିଲେ ,  ଜୟନିଙ୍ଗ ଲେଟର ବି ଦେଉଥିଲା ପିଲାଙ୍କୁ 

ନୟାଗଡ଼ (ବିଶ୍ୱଜିତ ନାୟକ) – ଚାକିରୀ କରେଇ ଦେବି କହି ଯୁବକ ଯୁବତୀମାନଙ୍କ ଠାରୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା ଜଣେ ଯୁବକ । ଅଫର ଲେଟର ଦେଉଥିଲେ ଏବଂ ଜୟନିଙ୍ଗ ଲେଟର ମଧ୍ୟ ପଠାଉଥିଲେ ।କୋୖଣସି ଛୋଟ ସଂସ୍ଥାରେ ନୁହେଁ ଖୋଦ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସରେ ଚାକେରୀ କରେଇଦେବା କହି ଠକୁଥିଲେ ଯୁବକ । ନିଜ ସହପାଠୀ ଯୁବତୀଙ୍କ ଠାରୁ ଠକି ଶେଷରେ ପୋଲିସ ହାତରେ ଧାରା ପଡିଛି ଅଭିଜିତ ପ୍ରଧାନ ଓରଫ ହାଡୁ (୨୪)। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଦରପଦା ଗ୍ରାମର ମୋନାଲି ପ୍ରିୟଦର୍ଶିନୀ ଏବଂ ନୂଆଗାଁ ଗଦାଧରପୁର ଅଂଚଳର ବିରଞ୍ଚି ପ୍ରଧାନଙ୍କ ପୁଅ ଅଭିଜିତ ପ୍ରଧାନ ଉଭୟ ଦୁହେଁ କଲେଜ କ୍ଲାସମେଣ୍ଟ ସାଙ୍ଗ ।କଲେଜ ସରିବାର ଦୁଇ ବର୍ଷ ପରେ ହଠାତ ଅଭିଜିତ ମୋନାଲିଙ୍କ ସହିତ ଯୋଗାଯୋଗ କରିଥିଲା ଏବଂ ଚାକେରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଥିଲା । ଭୁବନେଶ୍ୱର ବିଏମସି ରେ ଚାକେରି ହୋଇଯିବ ଏବଂ ଦରମା 30 ହଜାର ମିଳିବ  ସେଥିପାଇଁ ଲକ୍ଷାଧିକ ଟଙ୍କା ଦବାକୁ ପଡିବ ବୋଲି ଅଭିଜିତ କହିଥିଲା । ଏଥିରେ ମୋନାଲି ରାଜି ହେବା ପରେ ସେପ୍ଟେମ୍ବର ମାସରେ ୧ଲକ୍ଷ ୧୦ହଜାର ଟଙ୍କା ଅଭିଜିତ ମୋନାଲିଙ୍କ ଠାରୁ ନେଇଥିଲା । ଟଙ୍କା ଦବାର କିଛିଦିନ ପରେ ମୋନାଲିଙ୍କ ପାଖକୁ ବିଏମସି କଯ୍ୟାଳୟରୁ ପୋଷ୍ଟଲ ମାଧ୍ୟମରେ ଦୁଇଟି ଚିଠି ଆସିଥିଲା । ଯେଉଁଥିରେ ପ୍ରଥମେ ଅଫର ଲେଟର ଏବଂ  ଅନ୍ୟଟି ଜୟନିଙ୍ଗ ଲେଟର ଆସିଥିଲା । ତେବେ ମୋନାଲି କେବେ କଯ୍ୟରେ ଯୋଗଦେବେ ଅଭିଜିତକୁ ପଚାରିବାରୁ ବର୍ତ୍ତମାନ କୋଭିଡ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ତରଫରୁ ଷ୍ଟେ ହୋଇଛି ବୋଲି କହିଥିଲା ।କେବଳ ମୋନାଲିଙ୍କ ଠାରୁ ନୁହେଁ ଅନେକ ଯୁବକ ଯୁବତୀଙ୍କ ଠାରୁ ଚାକେରି କରାଇ ଦବ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିଛି ଅଭିଯୁକ୍ତ ଅଭିଜିତ । କୌଣସି ସୂତ୍ରରୁ ମୋନାଲି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।ତେବେ ମୋନାଲି ଚତୁରତାର ସହ ଠକ ଅଭିଜିତକୁ ବକୟା ଟଙ୍କା ଦେବାପାଇଁ ଡାକିଥିଲେ ଏବଂ ସରଣକୁଳ ଥାନାରେ ଅଭିଯୋଗ କରି ଠକ ଅଭିଜିତକୁ ଥାନାରେ ଧରାଇଥିଲେ । ସରଣକୁଳ ପୋଲିସ ଏହାକୁ ଗୁରୁତର ଭାବେ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ସରଣକୁଳ ଥାନାଧିକାରୀ ବିମଳ କୁମାର ମଲ୍ଲିକଙ୍କ ତତ୍ୱ। ଅଵଧାନରେ ଏସ ଆଇ ବିରଞ୍ଚି ନାରାୟଣ ଅମାତ ପ୍ରାଥମିକ ତଦନ୍ତ ଜାରୀରଖିଥିବା ବେଳେ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡୁଛି । ଏଭଳି ଠକେଇ ଗ୍ୟାଙ୍ଗରେ କେବଳ ଅଭିଜିତ ଅଛି ନା ଆଉ କିଏ କିଏ ଅଛନ୍ତି ପୋଲିସ ଏହି ଦିଗରେ ତଦନ୍ତ ଚାଲୁ ରଖିଚି ।

Leave A Reply

Your email address will not be published.