କ୍ରମାଗତ ଭାବରେ ରକ୍ତଦାନ ଶିବିର ଆୟୋଜନ କରୁଛି ଓଡ଼ିଶା ମୋ ପରିବାର

0 1

ବରଗଡ :-କୋରୋନା କାଳରେ ବିଶ୍ଵ ସାରା ଦେଖାଦେଇଛି ରକ୍ତର ଅଭାବ। ସଂକ୍ରମଣ ଭୟ ହେଉ ବା ଅନ୍ୟ କୋଣସି କାରଣରୁ ନିୟମିତ ରକ୍ତଦାତା ମାନଙ୍କୁ ବାଦଦେଇ ଅନ୍ୟମାନେ ରକ୍ତ ଦାନ କରିବାକୁ କିଛି ମାତ୍ରାରେ କୁଣ୍ଠାବୋଧ କରୁଛନ୍ତି । ରାଜ୍ୟରୁ ରକ୍ତ ର ଅଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ_ ସୁଶାନ୍ତ ସିଂଙ୍କ ତତ୍ବାବଧାନରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଉତ୍ତମ ଗ୍ରାମ ପଂଚାୟତ ଅର୍ନ୍ତଗତ ଲେଲେହର ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ସର୍ବମୋଟ ୧୦୨ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା।ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଫିତାକାଟି ଶିବିରକୁ ଉଦ୍ଘାଟନ କରିଥିବା ସହିତ ଦଳର ଯୁବ କର୍ମୀ ମାନଙ୍କୁ ବାରମ୍ବାର ରକ୍ତ ଦାନ କରିବାକୁ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମାନ୍ୟବର ମନ୍ତ୍ରୀ ଙ୍କର ଉଦ୍ୟମ କ୍ରମେ ଓଡିଶା ମୋ ପରିବାର ଜୀବନବିନ୍ଦୁ ମାଧ୍ୟମରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ଭାବରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଉଛି । ବ୍ୟସ୍ତତା ମଧ୍ୟରେ ମଧ୍ୟ ମାନ୍ୟବର ମନ୍ତ୍ରୀ ନିଜେ ଶିବିର କୁ ପହଂଛି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ କରି ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଦାତା ମାନଙ୍କୁ କହୁଛନ୍ତି। ଆଜି ଏହି ଶିବିରରେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷା ନୀଲ କୁମାରି ନାଏକ, ଓଡିଶା ମୋ ପରିବାରର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର, ବରଗଡ଼ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି  ପ୍ରଦ୍ୟୁମ୍ନ ତ୍ରିପାଠୀ,ଜିଳ୍ଲା ପରିଷଦ ସାର ପଧାନ,ଜୀବନ ବିନ୍ଦୁ ସହ ସଂଯୋଜକ  ଅଶ୍ବିନୀ ତ୍ରିପାଠୀ,ପୁର୍ବତନ ସରପଞ୍ଚ  ହୀରାଧର ସାହୁ,  ଟିକାରାମ ସା, ଭିସ୍ମଦେବ_ସିଂହ,  ତରଣୀ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।ଆଜି ଏହି ଶିବିରରେ ଅନେକ ସଂଖ୍ୟାରେ ଯୁବକ ବନ୍ଧୁ ପ୍ରଥମ ଥର ରକ୍ତଦାନ କରି ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଥିବା ଲକ୍ଷ କରାଯାଇଛି   । ଆଜିର ଏହି ଶିବିରକୁ ସଫଳ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ  ମାନ୍ୟବର ମନ୍ତ୍ରୀ ଅନେକ ଅନେକ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.