ବରଗଡ :- ନୂତନ କୃଷି ବିଲକୁ ନେଇ ସାରାଦେଶର ଚାଷୀ ଆଜି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରି ତୀବ୍ର ସ୍ବର ଉତ୍ତଳନ କରୁଛନ୍ତି । ଆଜି ଅଖିଳ ଭାରତୀୟ କିଶାନ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରାଜିଛି । ବରଗଡ଼ ଜିଲାର ବିଭିନ୍ନ ସ୍ଥାବରେ କୃଷି ବିଲ ବିରୋଧ ରେ କୃଷକ ସମାଜର ରୋଷ ପରିଲକ୍ଷିତ ହୋଇଛି। ଜିଲ୍ଲାର ପଦ୍ମପୁର ଉପଖଣ୍ଡ ମହୁଳପାଲି ଓ ମାଣ୍ଡୋସିଲ ଥରେ କୃଷକ ସଙ୍ଘର କର୍ମକର୍ତ୍ତା ମନେ ସକାଳ ଏଗାରଟା ରୁ ବାରଟା ପର୍ଯନ୍ତ ଭାବରେ ରାସ୍ତା ଅବରୋଧ କରିଛନ୍ତି ।ସେହିଭଳି ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି ନେତୃତ୍ୱରେ ଜିଲାର ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଛକରେ ଚାଷୀମାନେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଦଶମାଇଲ ଛକରେ ମଧ୍ୟ ଚାଷୀମାନେ ରାସ୍ତାରୋକ କରିଛନ୍ତି । କେନ୍ଦ୍ର ସରକାର ଆଣିଥିବା ୩ନୂଆ କୃଷି ଆଇନ ପ୍ରତ୍ୟାହାର, ମେ ମାସ ୧୮ ତାରିଖରେ ରାଜ୍ୟସରକାର ଆଣିଥିବା ୨ଅଧ୍ୟାଦେଶ ପ୍ରତ୍ୟାହାର, ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)କୁ ଆଇନଗତ ଅଧିକାର ମାନ୍ୟତା, ଏମ୍ଏସ୍ପିରୁ କମ୍ ଦରରେ କୃଷିଜାତ ଦ୍ରବ୍ୟ କିଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ଦାବି କରି ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଅନ୍ୟପଟେ ରାସ୍ତାରୋକ ଯୋଗୁ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିବା ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.
Prev Post