ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

0

ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

• ବଗହା, ରିଗା ଏବଂ ଅରାଇ ନିର୍ବାଚନ ମଣ୍ଡଳିରେ ପ୍ରଚାର

• ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କଲେ ନିବେଦନ

• ବିହାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାର୍ଯ୍ୟରତ ଏନଡିଏ ସରକାର

• ବିହାରବାସୀ ଯୁବରାଜଙ୍କ ଜଙ୍ଗଲରାଜ ଏବଂ ଏନଡ଼ିଏର ସୁଶାସନର ପାର୍ଥକ୍ୟକୁ ବୁଝିଛନ୍ତି

• ବିହାରବାସୀ କେବେ ବି ଜଙ୍ଗଲରାଜକୁ ସ୍ୱୀକାର କରିବେ ନାହିଁ

ବିହାର/ଭୁବନେଶ୍ୱର – ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି ବୋଲି ବିହାରରେ ନିଜର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଶ୍ରୀ ପ୍ରଧାନ ବିହାରର ବଗହା, ରିଗା ଏବଂ ଅରାଇ ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବା ସହ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିକାଶର ଡବଲ ଇଞ୍ଜିନ ସରକାର ପାଇଁ ସ୍ଥାନୀୟ ଲୋକମାନଙ୍କୁ ନିବେଦନ କରିଛନ୍ତି  । ସେ କହିଛନ୍ତି ଏନଡ଼ିଏ ସରକାର ବିହାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାର୍ଯ୍ୟରତ  । ଏନଡ଼ିଏ ସରକାରରେ ବିହାର ସମେତ ଅନ୍ୟାନ୍ୟ ରାଜ୍ୟରେ ଘର ଘରକୁ ବିଜୁଳି, ପାଣି, ଗ୍ୟାସ ଏବଂ ଅନ୍ୟାନ୍ୟ ସୁବିଧା ପହଞ୍ଚାଯାଇଛି ।

ବିହାରବାସୀ ଯୁବରାଜଙ୍କ ଜଙ୍ଗଲରାଜ ଏବଂ ଏନଡ଼ିଏର ସୁଶାସନ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିଛନ୍ତି  । ଜଙ୍ଗଲରାଜରେ ବିହାରରେ ଦାରିଦ୍ର୍ୟ, କ୍ଷୁଧା, ଲୁଟ, ହତ୍ୟା ଏବଂ ଦୁର୍ନୀତି ହୋଇଥିବା ବେଳେ ଏନଡ଼ିଏ ବିହାରରେ ଶିକ୍ଷା, ବିକାଶ, ରୋଜଗାର ଏବଂ ଗରିବଙ୍କୁ ସଶକ୍ତିକରଣ କରିବା ପାଇଁ ନିରନ୍ତର ପ୍ରୟାସ କରିଛି । ବିହାରକୁ ଅନ୍ଧାରର ନଗରୀ କରିଥିବା ଦୁର୍ନୀତିଖୋର ନେତାମାନଙ୍କୁ ବିହାର ଭଲ ଭାବରେ ଜାଣିସାରିଛି  । ବିହାରର ଲୋକମାନଙ୍କୁ ଚାକିରି ପାଇଁ ବାହାର ରାଜ୍ୟକୁ ବାଧ୍ୟ କରୁଥିବା ନେତାମାନେ ଆଜି ୧୦ ଲକ୍ଷ ଚାକିରି ଦେବାର କଥା କହୁଛନ୍ତି । ବିହାରବାସୀ ଏହା ବୁଝିବା ସହ ଭୋଟ ମାଧ୍ୟମରେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି । ବିହାରବାସୀ ଏଥିର ଦୁର୍ନୀତିଖୋର ନେତାଙ୍କୁ ନୁହେଁ ବରଂ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ନିଶ୍ଚୟ ଜିତାଇବେ  । ଆଜି ଦେଶ ସାମ୍ନାରେ କଂଗ୍ରେସ ଏବଂ ତାଙ୍କର ସହଯୋଗୀଙ୍କ ଚରିତ୍ରକୁ ଲୋକମାନେ ବୁଝିଛନ୍ତି  । ବିହାରବାସୀ କେବେ ବି ଜଙ୍ଗଲରାଜକୁ ସ୍ୱୀକାର କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

 

Leave A Reply

Your email address will not be published.