ଝାରସୁଗୁଡ଼ା (ସୁଭାଷ ସହାରେ) :ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ତରଫରୁ ଆଜି ଝାରସୁଗୁଡ଼ାରେ ଗୋଣ୍ଡୱାନାରତ୍ନ ଦାଦା ହୀରାସିଂହ ମାରକାମଙ୍କର ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋଣ୍ଡୱାନା ଭବନରେ ପାଳିତ ହୋଇଥିଲା। ୧୯୪୨ ମସିହା ଜାନୁଆରୀ ୧୪ ତାରିଖରେ ବିଲାସପୁର ଜିଲ୍ଲାର ତିଂଜାରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମାରକାମ ଜଣେ ଶିକ୍ଷାପ୍ରେମୀ ଓ ରାଜନୈତିକ ବ୍ୟକ୍ତି ଥିଲେ। ସମାଜ ପରିବର୍ତ୍ତନରେ ଶିକ୍ଷାର ଗୁରୁତ୍ବ କଥାକୁ ହୃଦୟଙ୍ଗମ କରି ଅନେକ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଲାଭର ବ୍ୟବସ୍ଥା କରିଥିଲେ। ସେହିପରି ରାଜନୈତିକ କ୍ଷେତ୍ରରେ ମଧ୍ୟ ସେ ନିର୍ବାଚନ ଲଢ଼ି ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ୧୯୮୦ ମସିହାରେ ଦ୍ବିତୀୟ ସ୍ଥାନ ଓ ୧୯୮୫ ମସିହାରେ ପାଲିତାନା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଲଢ଼ି ବିଜୟୀ ହୋଇଥିଲେ । ପରେ ଭାରତୀୟ ଜନତା ପାର୍ଟି ସହ ମତଭେଦ ହେବାରୁ ଗୋଣ୍ଡୱାନା ଗଣତନ୍ତ୍ର ଦଳ ଗଠନ କରି ପାଲିତାନା ନିର୍ବାଚନ ମଣ୍ଡଳୀରୁ ପୁଣି ଥରେ ନିର୍ବାଚିତ ହୋଇଥିଲେ। ତାଙ୍କରି ପ୍ରଚେଷ୍ଟାରେ ସର୍ବ ଭାରତୀୟ ଗୋଣ୍ଡୱାନା ସମାଜ ଗଠିତ ହେବା ସମ୍ଭବ ହୋଇଥିଲା। ଗତ ୨୮ ଅକ୍ଟୋବର ୨୦୨୦ ମସିହାରେ ତାଙ୍କ ତିରୋଧାନ ଘଟିବାରୁ ଓଡ଼ିଶା ଗୋଣ୍ଡୱାନା ସମାଜ ଦ୍ବାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ ଗୋଣ୍ଡୱାନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ଜିଲ୍ଲା ମହାସଚିବ ଶ୍ୟାମଲାଲ ନାଏକ, ଜିଲ୍ଲା ଉପସଭାପତି ଫକୀର ନାଏକ, ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ପ୍ରଭାକର ଓରାମ, ରାଜ୍ୟ ମହାସଚିବ ଚୁଡ଼ାମଣି ଧୁରୁଆ, ଝାରସୁଗୁଡ଼ା ବ୍ଲକ ସଭାପତି ବସନ୍ତ ଭୋଇ, ଝାରସୁଗୁଡ଼ା ବ୍ଲକ ସଂପାଦକ ଗଜରାଜ ମରେଇ, ତେଜରାମ ନାଏକ, ଦୁର୍ଗା ନାଏକ, ବାବୁଲ ମାଝୀ, ଲୋଚନ ପ୍ରଧାନ, ବାସୁଦେବ କାଲୋ ପ୍ରଭୃତି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.