କୋରୋନା ଯୋଗୁଁ ତହସିଲ ନାଜିରଙ୍କ ମାତୃବିୟୋଗ। 

0

 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ତହସିଲର ନାଜିର ବ୍ରଜମୋହନ ପ୍ରଧାନଙ୍କ ମାତା ଶ୍ରୀମତୀ ତୁଳସୀ ପ୍ରଧାନଙ୍କ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଗତ ମଙ୍ଗଳବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଭୁଲିଆଟିକ୍ରାରେ ରହୁଥିବା ଶ୍ରୀମତୀ ପ୍ରଧାନଙ୍କୁ ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସୁଗର ମାତ୍ରାରେ ବୃଦ୍ଧି ହେବାରୁ ଗତକାଲି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ଏବଂ ରାତ୍ର ୨ ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କୋଭିଡ-19ର ନିୟମାବଳୀର ରକ୍ଷା କରି ତାଙ୍କ ସ୍ବାମୀ ମୂରଲୀ ପ୍ରଧାନ, ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.