ଖିଦମତ୍ କମିଟିର ଝିଅ ବାହାଘର ପାଇଁ ସହାୟତା। 

0

ଝାରସୁଗୁଡ଼ା 🙁 ସୁଭାଷ ସହାରେ) – ଝାରସୁଗୁଡ଼ା ସହରର ଖିଦମତ୍ କମିଟି ବର୍ଷ ବର୍ଷ ଧରି ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ବ୍ୟକ୍ତିଗତ ହେଉ କି ସାମୂହିକ, ରାଜ୍ୟ ସ୍ତରୀୟ ହେଉ କି ଜାତୀୟ ସ୍ତରୀୟ, ସମସ୍ତ ପ୍ରକାରର ସମସ୍ୟାରେ ନିଜର କ୍ଷମତା ମୁତାବକ କମିଟି ଲୋକଙ୍କ ସମସ୍ୟାରେ ଛିଡ଼ା ହୋଇଛି। 

ଆଜି ଖିଦମତ୍ କମିଟି ତରଫରୁ ତିନିଜଣ ଝିଅଙ୍କ ବିବାହ ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଦେଇ ସହାୟତା କରିଛନ୍ତି। ଝାରସୁଗୁଡ଼ାର ତେଲିଭଟା, ମଙ୍ଗଳବଜାର ଓ ଚୌକିପଡ଼ାରୁ ତିନିଜଣ ଝିଅଙ୍କ ବିବାହ ଅବସରରେ ବିଭିନ୍ନ ପ୍ରକାରର ସାମଗ୍ରୀ ଯୋଗାଇ ଦେଇଥିଲେ। ଏହାଦ୍ୱାରା ଏହି ପରିବାରମାନଙ୍କର ଆର୍ଥିକ ବୋଝ ଅନେକ ଲାଘବ ହୋଇପାରିଛି।

ସୂଚନାଯୋଗ୍ୟ ଯେ, ଖିଦମତ୍ କମିଟି ପୂର୍ବରୁ ମଧ୍ୟ ୨୦ ଜଣ ଝିଅଙ୍କ ବିବାହ ଦାୟୀତ୍ୱ ତୁଲାଇ ସାରିଛନ୍ତି । ଏହା ବ୍ୟତୀତ ପ୍ରାୟ ୮୦ ଜଣ ମହିଳାଙ୍କୁ ସିଲେଇ ମେସିନ ଦେଇ ସେମାନଙ୍କୁ ସ୍ବାବଲମ୍ବୀ ହେବାକୁ ସାହାଯ୍ୟ କରିଛନ୍ତି। କେରଳରେ ଓ ବଲାଙ୍ଗୀରରେ ବନ୍ୟା ସମୟରେ କମିଟି ନିଜର ଜନସେବାର ଉଦାହରଣ ଦେଇଥିଲେ। ମହାମାରୀ କୋରୋନା ବେଳେ ୬୦ ଦିନ ପର୍ଯ୍ୟନ୍ତ ୪୦୦ ପରିବାରଙ୍କୁ ଖାଦ୍ୟ ଓ ରାସନ ଯୋଗାଇ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତ୍ତା ରାଜୁ କୁରୈସି, ରୁବିନା ଖାନ, ମାନସ ସିହ୍ନା, ମହମ୍ମଦ ନାସିର (ଗୁଡ୍ଡୁ), ଶେଖ୍ କଲିମ, ଶେଖ୍ ସକିଲ, ମହମ୍ମଦ ୱାସିମ,ସୋନୁ ୟାଦବ, ମଂଜୁର ଆଲମ, ମହମ୍ମଦ ଆସୁ, ସିତାରାମ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.