ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଗତକାଲି ଝାରସୁଗୁଡ଼ାର ଘନଶ୍ୟାମ ହେମଲତା ବିଦ୍ୟାଳୟ ପରିସରରେ ପାଳିତ ହୋଇଥିଲା। ଭାରତର ଦେଶୀୟ ରାଜ୍ୟ ସମ୍ମିଶ୍ରଣରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଵା ପଟେଲଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଇଥିଲା। କୋଭିଡ ନିୟମର ଅନୁସରଣ କରି ଏହି ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ଦାସ ଭାରତର ଏକତା ଓ ଅଖଣ୍ଡତା ରଖିବା ସଙ୍ଗେ ସଙ୍ଗ ଏକ ସ୍ବଚ୍ଛ, ସୁସ୍ଥ, ଶ୍ରେଷ୍ଠ ଓ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆହ୍ବାନ ଜଣାଇଥିଲେ ଓ ଶପଥ ପାଠ କରାଇଥିଲେ। ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲ ସେମାନଙ୍କ ମନରେ ଏକ ଭାରତ ଶ୍ରେଷ୍ଠ ଭାରତର ମୂଲ୍ୟବୋଧ ବୃଦ୍ଧି କରିବା। ଏହା ବ୍ୟତୀତ ବିବିଧତା ମଧ୍ୟରେ ଶୀର୍ଷକ ବାର୍ତ୍ତା ପ୍ରଦର୍ଶନ କରିବା ପାଇଁ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ଗୀତର ଆୟୋଜନ କରିଥିଲେ। ନିଜ ସମ୍ବୋଧନରେ ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ଯୋଶୀ ଭାରତୀୟ ସଂସ୍କୃତି, କଳା ଓ ଭାଷା ଭାରତର ଏକତାର ପ୍ରତୀକ ବୋଲି କହିଥିଲେ। ହିନ୍ଦୀ ଅଧ୍ୟାପକ ଦିଲ୍ଲୀପ ସିଂହ ମଧ୍ୟ ସର୍ଦ୍ଦାର ପଟେଲଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.