ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ଜନୈକ ସିଆରପିଏଫ ଜୱାନ ନିଜ ସର୍ଭିସ ରିଭଲଭର ଗୁଳିରେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ମୃତ ଜୱାନ କମଳାକାନ୍ତ ରୋହିଦାସ ଛତିଶଗଡ଼ର ସୁକମା ଅଞ୍ଚଳରେ କାର୍ଯ୍ୟରତ ଥିଲେ। ୨୦୧୭ ମସିହାରେ ସିଆରପିଏଫରେ ଯୋଗଦେଇ ଝାଡ଼ଖଣ୍ଡରୁ ନିଜ ଚାକିରି ଜୀବନ ଆରମ୍ଭ କରିଥିବା କମଳାକାନ୍ତ ଛତିଶଗଡ଼ର ସୁକମା ଅଞ୍ଚଳକୁ ବଦଳି ହୋଇ ଯାଇଥିଲେ ଗତରାତିରେ ଡୋରାନ ପାଲ କ୍ୟାମ୍ପରେ ଥିବା ବେଳେ ନିଜ ସର୍ଭିସ ରିଭଲଭର ସାହାଯ୍ୟରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳୁ ସୁକମା ପୋଲିସ ତାଙ୍କର ଶଵକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲେ। ଆଜି ସୁଦ୍ଧା ମୃତ କମଳାକାନ୍ତଙ୍କ ଶରୀର ତାଙ୍କ ଘରକୁ ପହଞ୍ଚିବାର ସମ୍ଭାବନା ଅଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି।
Sign in
Sign in
Recover your password.
A password will be e-mailed to you.
Next Post