ବିଜେପିର  ହିଂସାତ୍ମକ ରାଜନୀତି ପ୍ରତିବାଦରେ ଦଳ ଛାଡିଲେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ 

0

ଯାଜପୁରରେ ବିଜେପିକୁ ବଡ଼ ଝଟ୍‍କା, ମଣ୍ଡଳ ସ୍ତରୀୟ ବିଜେପି ନେତାଙ୍କ ସହ ହଜାରେରୁ ଉର୍ଧ୍ଵ  କର୍ମୀ ବିଜେଡିରେ ଯୋଗଦେଲେ

02-06-18-naveen-niwasjoinn.jpg - 86.43 kBଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ ଓଡ଼ିଶାରେ ବିଜେପିର ହିଂସାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଯାଜପୁର ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ଅଶୋକ ବଳଙ୍କ ନେତୃତ୍ୱରେ ଏକ ହଜାରରୁ ଊଦ୍ଧ୍ୱର୍ ବିଜେପିର ମଣ୍ଡଳ ସ୍ତରୀୟ ନେତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ ଫଳରେ ଯାଜପୁର ଜିଲ୍ଲାରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ବଳ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଶୋକ ଜଣେ ଭଲ ସଂଗଠକ ଏବଂ ସେ ଆଜି ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଅଶୋକଙ୍କ ସହ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ ଫଳରେ ଯାଜପୁର ଜିଲ୍ଲାରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ।

ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ବଳ କହିଥିଲେ ଯେ ବିଜେପି ବିଶେଷତଃ ହିଂସାତ୍ମକ ରାଜନୀତିରେ ବିଶ୍ୱାସ କରେ । ଯାହାକୁ ଶାନ୍ତିପ୍ରିୟ ଓଡ଼ିଶାର ଜନସାଧାରଣ ଗ୍ରହଣ କରିବେ ନାହିଁ । ସେହି ଦଳରେ ତଳ ସ୍ତରର କର୍ମୀମାନଙ୍କ ସ୍ଥାନ ନାହିଁ କିମ୍ବା ଉନ୍ନତି ନାହିଁ । ସେଥିଯୋଗୁ ଆଜି ମୁଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛି ।

ଖରସ୍ରୋତା ଜୋନ୍‍ ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ଉପ-ସଭାପତି ଜିତେନ୍ଦ୍ର ବେହେରା, ନବଘନ ନାୟକ, ଅଶୋକ ଲେଙ୍କା, ଯୁବ ମୋର୍ଚ୍ଚା ସଭାପତି ବୃନ୍ଦାବନ ପରିଡ଼ା, ହିଙ୍ଗୁଳା ମଣ୍ଡଳ ସଭାପତି ରମାକାନ୍ତ ବାରିକ, ଉପ-ସଭାପତି ଅଲଖ ରାଉତ, ପ୍ରଦୀପ କୁମାର ପଲାଇ, ସାଧାରଣ ସଂପାଦକ ଅଜୟ ଭଦ୍ରା, କୋଷାଧ୍ୟକ୍ଷ ରୁଦ୍ର ନାରାୟଣ ମହାନ୍ତି, ଏସ୍‍ସି ମୋର୍ଚ୍ଚା ସଭାପତି ଶତ୍ରୁଘ୍ନ ମଲିକ, ଯୁବ ମୋର୍ଚ୍ଚା ସଭାପତି ନରେଶ ବୋଇତାଳ, ବୈତରଣୀ ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ, ସାଧାରଣ ସଂପାଦକ ମଦନ ମୋହନ ପଲାଇଙ୍କ ସମେତ ୧୦୦୦ରୁ ଊଦ୍ଧ୍ୱର୍ ବିଜେପି ସମର୍ଥକ ଆଜି ବିଜୁ ଜନତା ଦଳରେ ଯୋଗଦେଇଥିଲେ ।

ନବୀନ ନିବାସରେ ଅନଉଥିତ ଏହି ମିଶ୍ରଣ ପର୍ବରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ବ୍ଲକ ସଭାପତି ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.