ଏମସିଏଲ ତରଫରୁ ପ୍ୟାଡଗାର୍ଲ ପାୟଲ ପଟେଲଙ୍କ ଦ୍ବାରା ବଣ୍ଟାଗଲା ସାନିଟାରି ପ୍ୟାଡ।

0

ଝାରସୁଗୁଡ଼ା 🙁 ସୁଭାଷ ସହାରେ) -ଝାରସୁଗୁଡ଼ାରେ ପ୍ୟାଡଗାର୍ଲ ଭାବରେ ପରିଚିତ ଅଟନ୍ତି ପାୟଲ ପଟେଲ। ନିଜ ହାତ ତିଆରି ମହିଳା ମାନଙ୍କ ସାନିଟାରି ପ୍ୟାଡ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କରି ଦ୍ବାରା ପ୍ରସ୍ତୁତ ପ୍ୟାଡଗୁଡ଼ିକୁ ଏମସିଏଲ ତରଫରୁ ବିଭିନ୍ନ ଗ୍ରାମରେ ବଣ୍ଟନ କରାଯାଇଛି। ବର୍ତ୍ତମାନ ଚାଲୁଥିବା ସ୍ବଚ୍ଛତା ମାସ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ଏହି ପ୍ୟାଡ ବଣ୍ଟନ କାର୍ଯ୍ୟର ଦାୟୀତ୍ୱ ନେଇଛି ଏମସିଏଲ। ହାତ ତିଆରି ଏହି ପ୍ୟାଡଗୁଡ଼ିକୁ ବିଭିନ୍ନ ସଂଗଠନ ଓ ମହିଳାମାନଙ୍କୁ ବଣ୍ଟନ କରୁଛି ଏମସିଏଲ। ଏହି ଅବସରରେ ପାୟଲ ନିଜ ଜୀବନର ସଂଘର୍ଷର କାହାଣୀ ମହିଳା ମାନଙ୍କୁ କହିବା ସହ କିପରି ସ୍ଵଚ୍ଛ ରହିପାରିବେ, ସେ ବିଷୟରେ ବୁଝାଇ ମଧ୍ୟ କହିଛନ୍ତି।

Leave A Reply

Your email address will not be published.