କୄଷି ଆଇନ ୨୦୨୦ କେନ୍ଦ୍ର ସରକାରଙ୍କ ବୈପ୍ଳବିକ ପଦକ୍ଷେପ ବିଜେପି।

0

ରମାକାନ୍ତ ବିଶ୍ବାଳ /ସମ୍ବଲପୁର- କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରାଦେଶରେ କାଯ୍ୟକାରି କରାଯାଇଥିବା ନୂତନ କୄଷି ଆଇନ ୨୦୨୦  ଦେଶରେ କୄଷକ ମାନଙ୍କ ହିତ ପାଇଁ ନିଆଯାଇଥିବା  ଏକ ବୈପ୍ଳବିକ ପଦକ୍ଷେପ ବୋଲି ବିଜେପି କହିଛି । ସମ୍ବଲପୁର ଠାରେ ରାଜ୍ୟ ବିଜେପି କୄଷକ ମୋର୍ଚ୍ଚାର ସଭାପତି ରବି ନାଏକ ଏକ ସାମ୍ବାଦିକ ସମ୍ବିଳନିରେ କେନ୍ଦ୍ର କୄଷି ଆଇନ ର ବିଭିନ୍ନ ଦିଗ ନେଇ ସୂଚନା ଦେବା ସହ ବିରୋଧୀ ଦଳ  ରାଜନୈତିକ ଫାଇଦା ହାସଲ କରିବା ପାଇଁ କୄଷି ଆଇନ ବିରୋଧରେ ଅପପ୍ରଚାର କରୁଥିବା  କୁହାଯାଇଛି । ବିଜେପି କୄଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ଏହି କାଯ୍ୟକାରି ହୋଇଥିବା ନୂତନ କୄଷି ଆଇନ ପରେ ଚାଷି ବେସ ସୁବିଧା ପାଇପାରିବେ ।କେନ୍ଦ୍ର ସରକାର ଧାନର ସହାୟକ ମୁଲ୍ୟ ବୄଦ୍ଦି କରିବା ସହ ପଯ୍ୟାପ୍ତ ଜଳସେଚନ ପାଇ 

ସିଚାଇ  ଯୋଜନା ରେ ସୁବନ୍ଦୋବସ୍ତ ,ଫସଲବିମା ଯୋଜନା ରେ କୋଟି କୋଟି ଚାଷି ଙ୍କୁ ସାମିଲ କରାଯାଇ ସେମାନଙ୍କୁ ସିଧାସଳଖ ସୁବିଧା ପ୍ରଦାନ କରାଯାଇପାରୁଛି ।ଏହି ନୂତନ କୄଷି ଆଇନ କାଯ୍ୟକାରି ପରେ ସାରା ଦେଶରେ କୄଷକ ମାନଙ୍କ ଉତ୍ପାଦିତ ମୁଲ୍ୟ କୁ ନିଶ୍ଚିତ କରାଯାଇଛି ।ଚାଷି ନିଜ ଉତ୍ପାଦିତ ସାମଗ୍ରୀ କୁ ଚାଷି ଯେକୋୖଣସି ବଜାର ରେ ବିକ୍ରି କରିପାରିବ ।ଚାଷି ମାନେ ନିଜ ଉତ୍ପାଦିତ ସାମଗ୍ରୀ ର ସିଧାସଳଖ ମାର୍କେଟିଙ୍ଗ ପାଇଁ ସ୍ୱ।ଧିନତା ପାଇବା  ସହ ଏମଏସପି  ବ୍ୟବସ୍ଥା ଯୋଗୁ ଚାଷି ନିଜ ଫସର ଅଧିକ ମୁଲ୍ୟ ପାଇପାରିବେ । ଅପରପକ୍ଷରେ ଓଡିଶା ରାଜ୍ୟ ସରକାର କୄଷି ବିଲ କୁ ବିରୋଧ କରି କ୍ଷୁଦ୍ର ଓ ମଧ୍ୟମ ଚାଷି ଙ୍କ ସ୍ୱ।ର୍ଥ ବିରୋଧୀ କାମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସାମ୍ବାଦିକ ସମ୍ବିଳନିରେ ବିଜେପି ରାଜ୍ୟ ଉପ ସଭାପତି ନାଉରି କହିଥିଲେ ଯେ ରାଜ୍ୟ ସରକାର ରାଜ୍ୟ ର ବିଭିନ୍ନ ମଣ୍ଡିରେ ଚାଷି ଙ୍କ ଧାନ ବିକ୍ରି ପାଇଁ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାରେ ବିଫଳ ହୋଇଛନ୍ତି । ଏଥିସହ ଅନଲାଇନ ରେ ଧାନସଂଗ୍ରହ କରାଯିବ ରାଜ୍ୟ ସରକାର ଘୋଷଣା କରିଥିଲେ ବି ଏହି ବ୍ୟବସ୍ଥା ଲାଗୁ ପାଇଁ ସରକାରୀ ସ୍ତରରେ କୌଣସି ସଠିକ ଯୋଜନା ପ୍ରସ୍ତୁତି କରାଯାଇ ନଥିବା ଅଭିଯୋଗ କରିଥିଲେ ।  ବିଜେପି ର ଏହି ସାମ୍ବାଦିକ ସମ୍ବିଳନିରେ ଜିଲ୍ଲା ସଭାପତି ଗିରିସ ପଟେଲ ଙ୍କ ସହ ଜିଲ୍ଲା ବିଜେପି ର ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.