କରୋନା ପରର ଫିକା ଆକାଶରେ ଉଡ଼ିବ ‘କାଗଜ ଗୁଡି’

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ  ଭାବେ ଶୁଭାରମ୍ଭ ସହିତ ଟାଇଟଲ୍ ଉନ୍ମୋଚିତ କରିଥିଲେ ।

ରାକେଶ ଓ ଭୂମିକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଡିରେକ୍ଟର ଦେବଜ୍ୟୋତି ପାତ୍ର (ଦୀପୁ)  । ଯଦିଓ ନିର୍ଦ୍ଦେଶକ  ଭାବେ ଏହା ତାଙ୍କର ପ୍ରଥମ ସିନେମା ହେବ ତେବେ ଷାଠିଏରୁ ଅଧିକ  ସିନେମାର ସେ ଚିଫ୍  ଏସୋସିଏଟ୍ ଡିରେକ୍ଟର ଭାବେ କାମ କରିସାରିଛନ୍ତି । ନାୟକ ନାୟିକା ଭାବେ ନଜର ଆସିବେ ୟଙ୍ଗ୍ ସେନ୍ସେସନ ରାକେଶ ଓ ଭୂମିକା । ରାକେଶ ଓ ଭୂମିକା ଯୋଡିର ଏହା ପ୍ରଥମ ଚଳଚ୍ଚିତ୍ର । ଅନ୍ୟାନ୍ୟ ଭୂମିକାରେ ପ୍ରୀତିରାଜ ଶତପଥୀ, ଐଶ୍ୱର୍ଯ୍ୟା ବେହେରା, ମମତା ଦାଶ, ବୀରେନ୍ ମିଶ୍ର, ଗୁଡୁ, ଜ୍ଞାନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଯୁବ ଉଦ୍ୟୋଗୀ ଶିବିର ପରିଡା ଓ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜନାରେ ନିର୍ମିତ ‘ମନ ମୋର କାଗଜ ଗୁଡି’ର ସହ ପ୍ରଯୋଜକ ଅଛନ୍ତି ବିବେକାନନ୍ଦ ବାରିକ ଓ ପାର୍ବତୀ ବାରିକ । ସଙ୍ଗୀତ ଦେଇଛନ୍ତି ଜାପାନୀ ଭାଇ । ଗୀତରଚନା କରିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ । ଦିବ୍ୟସିଂହ ରାୟଙ୍କ ରଚିତ କାହାଣୀରେ ସଂଳାପ ଦେଇଛନ୍ତି ମାନସ ପଢିଆରୀ । ସୋମିଓ ସିନେମାଟୋଗ୍ରାଫର ଥିବାବେଳେ ମୁଖ୍ୟ ସହକାରୀ ନିର୍ଦ୍ଦେଶକ  ଓ ସହକାରୀ ନିତଦ୍ଦେଶକ ଅଛନ୍ତି ସ୍ୱାଗତ ପାତ୍ର ଏବଂ ଜୁନିୟର ସିଦ୍ଧାନ୍ତ । ମେକ୍ ଅପରେ  ରାଜୁ, କେଶ ବିନ୍ୟାସରେ ତୁଳସୀ ଓ କଳାରେ ନବଘନ ଦଳେଇ ଥିବାବେଳେ ବ୍ୟବସ୍ଥାପନାରେ ଅଛନ୍ତି ସର୍ବେଶ୍ୱର ସୂତାର । ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ‘ବେଷ୍ଟ ଆଇଡିଆଜ୍’ ।

‘ମନ ମୋର କାଗଜ ଗୁଡି’ ଶୀର୍ଷକରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ଏହାର ନାମକରଣରେ ରହିଛି ମୌଳିକତା ଆଉ ଓଡ଼ିଆ ପଣ,ନିଜର ନିଜର ଲାଗିଲା ଭଳି | କୌଣସି ସିନେମାର କପି ନୁହେଁ କି ଏଥିରେ କୌଣସି ସିନେମାର ଭାବଧାରାରେ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି |  ଶୀର୍ଷକ ଯେମିତି ଓଡ଼ିଆ , କାହାଣୀ ବି ପୁରାପୁରି ହେଉଛି ସାମ୍ପ୍ରତିକ ସମସ୍ୟା ଉପରେ ଏହା ଆଧାରିତ । ବିଭିନ୍ନ ପ୍ରକାର ଚାପର ଶିକାର ହୋଇ ଯୁବ ପିଢି କିପରି ଅବାଟରେ ପାଦ ରଖୁଛନ୍ତି ଓ ନିଶା କବଳରେ କବଳିତ ହେଉଛନ୍ତି, ତାର ନଜିର ରହିଛି ଏଥିରେ । ବାଟବଣା ଯୁବ ବର୍ଗଙ୍କୁ ବାଟକୁ ଆଣିବା ସହ ଯେଉଁ ଭଳି ପରିସ୍ଥିତି ସ୍ଟିରସ୍ୱତୀ ହେଲେ ବି ଅବାଟକୁ ନଯିବା ପାଇଁ ଏକ ସଚେତନତାର ବାର୍ତ୍ତା ଦେବା ସକାଶେ ସୁମିତ୍ରା ଏଣ୍ଟରଟେନମେଣ୍ଟ ଏକ  କଟୀବଦ୍ଧ ପ୍ରୟାସ। ସବୁ ଭାବକୁ ଫେଣ୍ଟାଫେଣ୍ଟି କରି ସୁନ୍ଦର ମନୋରଞ୍ଜନର ଭରପୂର ଅଵୁଭବ ଦେବାକୁ ଉଦ୍ୟମ କରାଯାଇଛି ଓ   । ସବୁ ବର୍ଗର ଦର୍ଶକଙ୍କୁ ଏହା ପସନ୍ଦ ଆସିବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ କହଛନ୍ତି | ଏହା ଭଲ ବଜେଟର ସିନେମା ହୋଇଥିବା ବେଳେ  ଗୀତଗୁଡିକ ବାହାର ଲୋକେସନରେ ସୁଟିଂ କରାଯିବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି | 

ସିନେମା ପାଇଁ କେବଳ ସିନେମା ନୁହେଁ । କରୋନା ଯୋଗୁ ଠପ୍ ହୋଇଯାଇଛି ସିନେମା ଶିଳ୍ପ । କଳାକାର ଓ ଟେକ୍ନିସିଆନଙ୍କ ହାତରେ ପ୍ରାୟତଃ କାମ ନାହିଁ । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସମସ୍ତେ । ଏଣୁ ସୁମିତ୍ରା ଏଣ୍ଟରଟେନମେଣ୍ଟ  ପକ୍ଷରୁ କଳାକାର ଓ ଟେକ୍ନିସିଆନମାନଙ୍କୁ  କାମ ଯୋଗାଇଦେବା ଉଦ୍ଦେଶ୍ୟ ନେଇ ଏହି ଚଳଚ୍ଚିତ୍ରର ଯୋଜନା କରାଯାଇଛି ବୋଲି କହିଛନ୍ତି ପ୍ରଯୋଜକ ଶିବିର କୁମାର ପରିଡା ।

ମହୁରତ ଉତ୍ସବରେ ଏହାର ସମସ୍ତ କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଲିଉଡର ସହ ସମ୍ପୃକ୍ତ ବହୁ ଜଣାଶୁଣା  ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ନଭେମ୍ବର ୧୩ ତାରିଖରେ ‘ମନମୋର କାଗଜଗୁଡି’ ଫ୍ଲୋରକୁ ଆସିବାର ଲଲକ୍ଷ ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି | 

Leave A Reply

Your email address will not be published.