ଜେଲ ଦଣ୍ଡାଦେଶ ପରେ ଦିଲ୍ଳୀପଙ୍କୁ ଜାମିନ 

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କୋଇଲା ବ୍ଲକ ଆବଣ୍ଟନ ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ ଜେଲ ଦଣ୍ଡ ଆଦେଶ ପାଇବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଜି ଜାମିନ ମିଳିଯାଇଛି | ଜଣେ ଜାମିନଦାର ଓ ଲକ୍ଷେ ଟଙ୍କା ବେଲ୍‌ ବଣ୍ଡରେ ମିଳିଲା ଜାମିନ | ଦିଲୀପଙ୍କ ସହ ଅନ୍ୟ ୨ ଜଣଙ୍କୁ ମଧ୍ୟ ଜାମିନ ମିଳିଥିବା ଜଣାପଡିଛି | 

ଏହି ମାମଲାର ଶୁଣାଣି କରି ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧ ପାଇଁ ଏହି ମାସ ଆରମ୍ଭରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସିବିଆଇ ସ୍ୱତନ୍ତ୍ର ଜଜ ଭାରତ  ପରାଶର ଦଣ୍ଡବିଧାନ ପାଇଁ ଆଜି (ଅକ୍ଟୋବର 26) ପାଇଁ ଏହି ଆଦେଶ ସଂରକ୍ଷିତ ରଖିଥିଲେ।

ଶୁଣାଣି ସମୟରେ ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜୀବନ କାରାଦଣ୍ଡ ଦେବା ପାଇଁ ଯୁକ୍ତି ବାଢ଼ିଥିଲା ​​|  ଯେ ହ୍ବାଇଟ କୋଲର ଅପରାଧ ବୃଦ୍ଧି ପାଉଥିବା ବେଳେ ସମାଜକୁ ବାର୍ତ୍ତା ପଠାଇବା ପାଇଁ ସର୍ବାଧିକ ଦଣ୍ଡ ଆବଶ୍ୟକ ବୋଲି ସିବିଆଇ ଓକିଲ ଦାବି କରିଥିଲେ | ସିବିଆଇ ପକ୍ଷରୁ  ସରକାରୀ ଓକିଲ ଭି.କେ ଶର୍ମା ଏବଂ ଏପି ସିଂ କୋଇଲା ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ରାୟ ଓ ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଦୁଇଜଣ ବରିଷ୍ଠ ଅଧିକାରୀ ପ୍ରଦିପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରୋନ ଟେକ୍ନୋଲୋଜି ଲିମିଟେଡର (ସିଟିଏଲ) ନିର୍ଦ୍ଦେଶକଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ଯୁକ୍ତି ଦର୍ଶାଇଥିଲେ |

  ହେଲେ ଶ୍ରୀ ରାୟ ଓ ଅନ୍ୟ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ପୂର୍ବରୁ କେବେ ଦୋଷୀ ସାବ୍ୟସ୍ତ ହୋଇନଥିବା ତଥା  ସେମାନଙ୍କର ସାମାଜିକ ପ୍ରତିଷ୍ଠା ଓ ବୟସାଧିକ୍ୟକୁ  ବିଚାର କରି ସହାନୁଭୂତି ଦେଖାଇବାକୁ ଅଦାଲତକୁ ଅନୁରୋଧ କରିଥିଲେ | ଅଦାଲତ ଆଜି ଶେଷରେ ଏହି ଦଣ୍ଡାଦେଶ ଶୁଣାଇଥିବା ବେଳେ ପରେ ପରେ ସେମାନଙ୍କୁ ଜାମିନ ମିଳିଛି | 

Leave A Reply

Your email address will not be published.