ମନ୍ତ୍ରୀଙ୍କ ପୁଅ ଜମି ଲିଜ୍ ମାମଲା :ମଇଦାନକୁ ଓହ୍ଲାଇଲା କଂଗ୍ରେସ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ସୋଡ଼ାମାଲ ଗ୍ରାମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଲ କୁମାର ଦାସଙ୍କ କମ୍ପାନୀକୁ ଇଡକୋ ଦ୍ବାରା ୮ ଏକର ଜମି ଲିଜ୍ ଦେବା ମାମଲା ଜିଲ୍ଲାରେ ତୁମୁଳ ଝଡ଼ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ସଂଗଠନ ଓ ଦଳ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି କରୁଥିବା ବେଳେ ଗତକାଲି ଜିଲ୍ଲା କଂଗ୍ରେସ ଏହା ଉପରେ ମୁହଁ ଖୋଲିଛି। 

 କଂଗ୍ରେସର ସ୍ବତନ୍ତ୍ର କମିଟିର ସଭାପତି ଶ୍ରୀ ମହେନ୍ଦ୍ର ନାୟକ ଏହି ଲିଜ୍ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ଗତକାଲି  ସୋଡ଼ାମାଲ ବଜାର ପଡ଼ିଆରେ ଅନୁଷ୍ଠିତ ହୋଇଥିବା  ପଞ୍ଚାୟତର ବାସିନ୍ଦା ଓ ସମ୍ମିଳିତ ଆଦିବାସୀ ସମାଜର ମିଳିତ ବୈଠକରେ କୋଲାବିରା ତହସିଲଦାର, ଝାରସୁଗୁଡ଼ା ଜିଲ୍ଲାପାଳ,ଇଡକୋ କର୍ତ୍ତୃପକ୍ଷ ସହିତ ମନ୍ତ୍ରୀ ନିଜର କ୍ଷମତାର ଦୂରୁପଯୋଗ କରିଥିବା ପାଇଁ ସମସ୍ତଙ୍କୁ ଭର୍ତ୍ସନା କରାଯାଇଥିଲା। ଯେ ପର୍ଯ୍ୟନ୍ତ ଜମି ଫେରିବ ନାହିଁ, ସେ ପର୍ଯ୍ୟନ୍ତ  ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିବାକୁ ଗ୍ରାମବାସୀ ଶପଥ ନେଇଥିଲେ। ଏହି ସଭାରେ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ପ୍ରେମସାଗର ଧୁରୁଆ, ପୂର୍ବତନ ସରପଞ୍ଚ ବଲରାମ ପାଣ୍ଡେ, ପ୍ରମୋଦ ପେରୁଆ, ଦାମୋଦର ପରେଖ, ପିଛାଲୁ ବାଗ,ନିଶପୁରି କିସାନ, ଲାଲମୋହନ ରୋହିଦାସ, ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ପ୍ରଭାକର ଓରାମ, କୃଷ୍ଣଚନ୍ଦ୍ର ଭୋଇ, ନଳୀନ ନାଏକ, ଫକୀର ନାଏକ, ଲିଙ୍ଗରାଜ ପ୍ରଧାନ, ରାଜେଶ ନେଟୀ, ଜିତେନ୍ଦ୍ରୀୟ ଧୁରୁଆ, ତ୍ରିଲୋଚନ ଡନସନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.