ନିଷ୍ଠା ପରିବାର ତରଫରୁ ଜନସଚେତନତା  କାର୍ଯ୍ୟକ୍ରମ

0 1

ବରଗଡ଼ :- କରୋନା ମହାମାରୀ ବର୍ତ୍ତମାନ ବିଶ୍ୱବାସୀଙ୍କର ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ସଚେତନ ଲୋକ ଘରୁ ବାହାରକୁ ବାହାରିବାକୁ ଡରୁଥିବା ବେଳେ ଏବେ ମଧ୍ୟ ଅନେକ ଅମାନିଆ କୋଣସି ସତର୍କତା ଅବଲମ୍ବନ ନକରି ରାସ୍ତାଘାଟ ଓ ବଜାରରେ ବୁଲୁଥିବା ସମସ୍ତ ଙ୍କର ପାଇଁ ଚିନ୍ତାର କାରଣ । ସରକାର , ପ୍ରଶାସନ , ସ୍ବେଚ୍ଛାସେବୀ ଅନୁଷ୍ଠାନ, ସଚେତନ ବ୍ୟକ୍ତି ବିଶେଷ ଏବେ ମଧ୍ୟ ଲୋକଙ୍କୁ ସଚେତନ କରାଇବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଆଜି ବରଗଡର ନିଷ୍ଠା ପରିବାର ତରଫରୁ ଏହି ଘଡିସନ୍ଧି ସମୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଭେଡେନ ରୋଡରେ  ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ମାସ୍କ ପିନ୍ଧି ନଥିବା ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଥିଲେ ପରିବାରର ସଭ୍ୟ ମନେ ଏବଂ ଯେଉଁମାନେ ସଚେତନ ହୋଇ ମାସ୍କ ପିନ୍ଧିଥିଲେ ସେମାନଙ୍କୁ ଗାମୁଛା ଓ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ମହାମରୀର ସଂକ୍ରମଣ ଆରମ୍ଭ ହେବା ପରଠାରୁ ନିଷ୍ଠା ପରିବାରର ସଭ୍ୟ ମାନେ କ୍ରମାଗତ ଭାବରେ ଲୋକଙ୍କର ସେବା ଜାରି ରଖିବା ସହିତ କୋରୋନା ସଂକ୍ରମିତ ରୋଗୀଙ୍କର ଶବ ସତ୍କାର , ରକ୍ତଦାନ ଶିବିରର ଆୟୋଜନ , ସଚେତନତା କାର୍ଯ୍ୟକ୍ରମ କରି ଆସିଛନ୍ତି । ଏଥିପାଇଁ ଆଜି ବରଗଡ଼ ଜିଲ୍ଲାରେ ନିଷ୍ଠା ପରିବାର ଓ ଏହାର ସଭ୍ୟ ମାନେ ଲୋକଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ  ନିଷ୍ଠାର ସଭାପତି ରକ୍ଷପାଲ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ସଦସ୍ୟ ମାନେ ଉପସ୍ଥିତ ଥିଲେ। 

ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟ ଙ୍କ ସେବାରେ ଉତ୍ସାର୍ଗୀକୃତ  ନିଷ୍ଠା ପରିବାରର ସମସ୍ତ ସଭ୍ୟ ମାନଙ୍କୁ ବୁଦ୍ଧିଜୀବୀ ମହଲରୁ ଅନେକ ପ୍ରଶଂସା କରାଯାଉଛି ।

 

Leave A Reply

Your email address will not be published.