ବୁଗୁଡା / ଡ଼ଃ. କୁମୁଦ ଚନ୍ଦ୍ର ବେହେରା: ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବାଲେଶ୍ଵର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୁପ କୁମାର ଦାସଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବାଯୋଗୁଁ ଖୋଳଖାଳି ପାଞ୍ଚାୟତ ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ତତ୍ତ୍ୱାବଧାନରେ ବାଲିପଦର ସମିତି ସଭ୍ୟ ମହେନ୍ଦ୍ର ପଣ୍ଡା, ବିରଞ୍ଚିପୁର ସମିତି ସଭ୍ୟ ବିପ୍ର ଚରଣ ଜେନା, ଏ.କରଡ଼ାବାଡ଼ି ସମିତି ସଭ୍ୟ ଅଶୋକ କୁମାର ଡ଼ାଙ୍ଗୁଆ, ଗୌଡ଼ିଆ ବୋରଦା ସମିତି ସଭ୍ୟ ଟୁନା ନାୟକ, ବିକ୍ରମ ଜେନା, ସୁନୀଲ ପ୍ରଧାନ, ରାମଚନ୍ଦ୍ର ନାୟକ, ପିତାମ୍ବର ସେଠୀ ପ୍ରମୁଖ ସମିତି ସଭ୍ୟାଙ୍କ ପ୍ରତିନିଧି ଏବଂ ବହୁ ଦଳୀୟ କର୍ମୀ ଓ ସମର୍ଥକ କରୋନା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତିଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.