ପଦ୍ମପୁର :- ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଅମଳଧାନ କୁ ଚାଉଳ କଲାପରେ ବୋଡାସମ୍ବର ରାଇସ ସୃଷ୍ଟିକରି ସାରାଓଡିଶାରେ ନାମ ଥିବା ଏ ଅଂଚଳ ର ଚାଷୀ ଚଳିତ ଖରିଫ ଋତୁ ରେ ଅନେକ ଝଡଝଂଜା ମଧ୍ୟରେ ଗତିକରି ଧାନଚାଷକରି ବେଶ ଅମଳ ହେବବୋଲି ବହୁ ଆଶା କରିଥିଲେ କିନ୍ତୁ ଅଜଣା ରୋଗପୋକ ତଥା ଅଦିନିଆ ଘୁର୍ଣ୍ଣିଝଡ ରେ ଧାନଚାଷ ଏକାବେଳକେ ଉଜୁଡିଗଲା l ପ୍ରବଳ ପବନ ସହ ତୁହାକୁ ତୁହା ବର୍ଷା ହେବା ଫଳରେ ଧାନଗଛ ର ଅଣ୍ଟାଭାଙ୍ଗି ଜମିରେ ଜମାହୋଇଥିବା ବର୍ଷାପାଣି ରେ ପଡି ଧାନନଷ୍ଟ ହଓଇ ସାରିଛି lଏସମ୍ପର୍କ ରେ ରାବୋଡାସମ୍ବର କୃଷକ ସଂଗଠନ ପାଇକମାଲ ପକ୍ଷରୁ ଆଜିକାର ଦିନରେ ଲଖମରା ଅଂଚଳର ଚାଷୀଗଣ ଲଖମରା ରାଜସ୍ୱ ନିରିକ୍ଷକ ଙ୍କ ଜରିଆରେ ତହସିଲଦାର ପଦ୍ମପୁର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି lପତ୍ର ରେ ଉଲ୍ଲେଖନୀୟ ଏହିକି,ବର୍ତ୍ତମାନ ଅମଳ ସମୟ ରେ ଉପଯୁକ୍ତ କ୍ଷତିପୂରଣ ପାଇବାପାଇଁ ସରକାରୀ ସ୍ତର ରେ ଆକଳନ ପ୍ରକ୍ରିୟା ଅତିଶିଘ୍ର କରିବାକୁ ଚାଷୀକୂଳ ଦାବୀ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.