ଦୂର୍ଗାପୂଜା ପାଇଁ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଆଲୋଚନା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଆରମ୍ଭ ହେଲାଣି ପୂଜାଋତୁ। କୋରୋନା ପାଇଁ ଏ ବର୍ଷ ପୂଜା ମେଢ଼ ଓ ବିଧିରେ ନିୟମ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇ ହୋଇଛି। ଏ ନେଇ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଝାରସୁଗୁଡ଼ାର ପ୍ରଶାସନ ଓ ଦୁର୍ଗାପୂଜା କମିଟି ଗୁଡ଼ିକର ନିଜ ନିଜ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। 

ଆଜି ଝାରସୁଗୁଡ଼ା ମ୍ୟୁନିସିପାଲିଟି ହଲରେ ଝାରସୁଗୁଡ଼ାର କେନ୍ଦ୍ରୀୟ ଦୁର୍ଗାପୂଜା କମିଟି ଓ ଅନ୍ୟାନ୍ୟ ଦୁର୍ଗାପୂଜା କମିଟିର ପ୍ରଶାସନ ସହ ଏକ ବୈଠକ ହୋଇ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ କୋଭିଡ ଗାଇଡଲାଇନ୍ ସଂପର୍କରେ ସମସ୍ତ ପୂଜା କମିଟିଙ୍କୁ ବିଶଦ ବିବରଣୀ ପ୍ରଦାନ କରିଥିଲେ। ପୂଜା କମିଟିମାନେ ଜିଲ୍ଲା ପ୍ରଶାସନକୁ ପୂଜା ମେଢ଼ ମାନଙ୍କ ବିଦ୍ୟୁତ ବିଲ ଛାଡ଼ କରିବା ପାଇଁ ଅନୁରୋଧ କରିଥିଲେ। 

ବୈଠକରେ ପ୍ରଶାସନ ତରଫରୁ କୋଭିଡ ମାଜିଷ୍ଟ୍ରେଟ ଶ୍ରୀ ଗୋଲକ ବିହାରୀ ମଙ୍ଗରାଜ , ଏସ ଡି ପି ଓ ଶ୍ରୀ କୈଳାସ ଆଚାର୍ଯ୍ୟ , ମୁନିସିପାଲିଟି ଇଂଜିନିୟର ଶ୍ରୀ ମନୋଜ ପାତ୍ର ଓ ଥାନା ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ପୂଜା କମିଟି ତରଫରୁ ଶ୍ରୀ ହରିଷ ଗଣତ୍ରା , ପିଣ୍ଟୁ ପାଢ଼ୀ, ସିଦ୍ଧାର୍ଥ ସରକାର, ସନ୍ଦୀପ ଅବସ୍ତି,ରାଜେଶ ପାଢ଼ୀ, ସତୀଶ ନଳା,ଡିଲେଶ୍ୱର ରାଓ  ପ୍ରଭୃତି ଉପସ୍ଥିତ ଥିଲେ।

Leave A Reply

Your email address will not be published.