“ସଖୀ” ୱାନ ଷ୍ଟପ କେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ “ଆନ୍ତର୍ଜାତିକ କନ୍ୟା ସନ୍ତାନ ସପ୍ତାହ ଦିବସ ପାଳନ”

0

http://www.youtube.com/watch?v=1lKpnh3y7Z0 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ , ଅନାଥ ଓ ଉପଶମ କେନ୍ଦ୍ର ତଥା ଶିଶୁ ଯତ୍ନ ଅନୁଷ୍ଠାନ-ନବଜୀବନ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ “ସଖୀ” ୱାନ ଷ୍ଟପ କେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ “ଆନ୍ତର୍ଜାତିକ କନ୍ୟା ସନ୍ତାନ ସପ୍ତାହ ଦିବସ” ପାଳନର ଶେଷ ଦିବସରେ ଟ୍ରଷ୍ଟ କେନ୍ଦ୍ରର କନ୍ୟା ସନ୍ତାନ ଅନ୍ତେବାସୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ଅଲୋଡା ନୁହନ୍ତି , କନ୍ୟା ସନ୍ତାନ ମଧ୍ୟ ପୁତ୍ର ଭଳି ସମାନ ଅଧିକାର ପାଇବାର ହକ ଅଛି । ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ କନ୍ୟା ପ୍ରତି ଅବହେଳାର ଅର୍ଥ ମାଆ ଓ ମାତୃତ୍ବ ପ୍ରତି ଅବହେଳା ଓ ଅବମାନନା କରିବା ସଙ୍ଗେ ସମାନ।ଦିବସ ପାଳନର ମହତ୍ଵ ସବୁ  ସମାଜ ଓ ସମ୍ପ୍ରଦାୟ ପାଇଁ ରହିଛି । ତେଣୁ ଲିଙ୍ଗଗତ ଅସମାନତା ଭଳି  ଦୃଷ୍ଟିଭଙ୍ଗୀ ଯେଉଁ କିଛି ଲୋକଙ୍କ ମଧ୍ୟରେ ରହିଛି , ତାକୁ ଦୂର କରିବା ଏହି ଦିବସ ପାଳନର ମୂଳ ଲକ୍ଷ ବୋଲି କହିଥିଲେ ।

 “ସଖୀ” ୱାନ ଷ୍ଟପ କେନ୍ଦ୍ରର  ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ ସଭାପତିତ୍ୱ କରି କନ୍ୟା ସନ୍ତାନର ସୁରକ୍ଷା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ସବୁ ପ୍ରଣୟନ କରିଛନ୍ତି । ସେ ସବୁର ସଫଳ ରୂପାୟନ ଉପରେ ସେ କହିଥିଲେ ଯେ ,  କନ୍ୟାଟିଏ ସୁରକ୍ଷିତ ରହିଲେ ହିଁ ସେ ଦେଶ ଓ ଜାତିର ଉନ୍ନତି ସାଧିତ ହୋଇପାରିବ । ଏସବୁ ପାଇଁ ରହିଥିବା ୫ଟି ବାର୍ତ୍ତା ଉପରେ ସେ କହିଥିଲେ ଯେ , ଗର୍ଭସ୍ତ ସନ୍ତାନର ଲିଙ୍ଗ ନିରୂପଣ ନ କରିବା , କନ୍ୟା ସନ୍ତାନକୁ ବଞ୍ଚିବାର ସହ ପାଠ ପଢ଼ିବାର ସୁଯୋଗ ଦେବା , ୧୮ ବର୍ଷରୁ କମ୍ ବୟସର ଝିଅକୁ ବିବାହ ନ କରାଇବା , କନ୍ୟା ଚାଲାଣକୁ ବିରୋଧ କରାଯିବା ସହ ତାକୁ ରୋକାଯିବା , ଯୌନ ନିର୍ଯାତନା ଓ ଯୌନ ଶୋଷଣରୁ କନ୍ୟା ସନ୍ତାନକୁ ମୁକ୍ତି ଦେବା ସମ୍ପର୍କରେ କହିଥିଲେ ।

ଜିଲ୍ଲା ଚାଇଲଡ଼ ଲାଇନର ସଂଯୋଜକ ଶ୍ରୀ ନାଗେଶ୍ବର ଚୌଧୁରୀ ଏବଂ ୱାନ ଷ୍ଟପ କେନ୍ଦ୍ରର କାଉନସିଲର ଶ୍ରୀମତୀ ମିନା କୁମାରୀ ଟହଲ ପ୍ରମୁଖ ମଞ୍ଚାସୀନ ରହି  କନ୍ୟା ସନ୍ତାନ ସପ୍ତାହ ଦିବସ ପାଳନର ତାପ୍ତର୍ଯ୍ୟ ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

ଶେଷରେ  ଉପସ୍ଥିତ କନ୍ୟା ଅନ୍ତେବାସୀଙ୍କୁ କରୋନା ସଂକ୍ରମଣରୁ ନିଜକୁ କିଭଳି ସୁରକ୍ଷିତ ରଖିବେ  ଏବଂ ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ଆନ୍ଦୋଳନର ମୁଖ୍ୟ ୩ଟି ସଚେତନତା ବାର୍ତ୍ତା ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ସମେତ ହାତ ଧୋଇବା ଉପାଦେୟତାର ବିଭିନ୍ନ ଦିଗ ଉପରେ ସଚେତନ କରାଇ ସାବୁନରେ ହାତ ଧୁଆ କିଭଳି ହେବା ଦରକାର ତା’ର ବିଭିନ୍ନ ଶୈଳୀ ଉପରେ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ଚାଇଲଡ଼ ଲାଇନର ଟି:ଶୁରେଶ , ଭେଙ୍କେଟେସ ସେନାପତି , ରବୀନ୍ଦ୍ର କୁମାର ପଣ୍ଡା ଏବଂ ଲକ୍ଷ୍ମୀ ଗୌଡ଼ ପ୍ରମୁଖଙ୍କ ସମେତ ନବଜୀବନ ଟ୍ରଷ୍ଟ କେନ୍ଦ୍ର କାର୍ଯ୍ୟାଳୟର ପରିଚାଳକ ଏସ: ଭେଙ୍କେଟ ରାମଣ। ଓ କେୟାର ଟେକର  ଜୟାଲକ୍ଷ୍ମୀ ପ୍ରମୁଖ ମଞ୍ଚ।ସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି  କାର୍ଯ୍ୟକ୍ରମରେ “ସଖୀ” ୱାନ ଷ୍ଟପ କେନ୍ଦ୍ରର  ଶ୍ରୀମତୀ ଶ୍ରୀଦେବୀ ରଇତ , ଶ୍ରୀମତୀ ମଞ୍ଜୁଳା ଚୌଧୁରୀ , ଶ୍ରୀମତୀ  ସୁନିତା ବେହେରା  ଏବଂ ଦିବ୍ୟସୁଧା ସ୍ୱାର ଉପସ୍ଥିତ ଥିଲେ।

Leave A Reply

Your email address will not be published.