ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ନୂଆଦିଲ୍ଲୀଠାରେ ଆଇବିଏ(ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ)ଙ୍କ ସହିତ ବ୍ୟାଙ୍କ ସମୂହ ମିଳିତ ସାମୁଖ୍ୟର ପ୍ରତିନିଧିମାନଙ୍କ ମଧ୍ୟରେ ବେତନ ବୃଦ୍ଧି ଆଦି ଦାବିର ଆଲୋଚନା ବିଫଳ ହେବା ପରେ ମଇ ୩୦ ବୁଧବାରଠାରୁ ସମଗ୍ର ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି । ଏହା ବୁଧବାର ପୂର୍ବାହ୍ନ ୬ରୁ ଆରମ୍ଭ ହୋଇ ଥିବାବେଳେ   ଆଜି  ଦ୍ଵିତୀୟ  ଦିନରେ  ପହଂଚିଛି  |  ଶୁକ୍ରବାର ପୂର୍ବାହ୍ନ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ଧର୍ମଘଟ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ବାରିପଦା ସହରରେ ଥିବା ଏସବିଆଇର ମୁଖ୍ୟ ଶାଖା ସମ୍ମୁଖରେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଆନେ୍ଦାଳନକାରୀ ବ୍ୟାଙ୍କ କର୍ମଚାରୀମାନେ ହାତରେ ପ୍ଲେକାଡର଼୍ ଧରି ବାଇକ ରାଲିରେ ସହର ପରିକ୍ରମା କରିବା ସଂଗେସଂଗେ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପିକେଟିଂ ଆରମ୍ଭ କରିଥିଲେ । ୟୁଏଫବି ସଂଘର ଆବାହକ ଅନୀଲ ପ୍ରଧାନ, ଏଆଇବିଇଏ ରବୀନ୍ଦ୍ର ସାହୁ, ଏଆଇପିଓସିର ଅଶୋକ ପଟ୍ଟନାୟକ, ଏଆଇବିଓଏର ଗଣେଶ ମହାପାତ୍ର, ଏଆଇବିୟୁସି ପ୍ରଦୀପ ପାଣିଗ୍ରାହୀ, ବିଇଏଫଆଇର ରବୀନ୍ଦ୍ର ନାଥ ସାହୁ, ଆହ୍ଲାବାହାଦ ବ୍ୟାଙ୍କର ବିରଞ୍ଚି ବେହେରା, ବ୍ୟାଙ୍କ ଅଫ ବରୋଦାର ଯଯାତୀ ପଟ୍ଟନାୟକ, ଏନସିବିଇର ଲମ୍ବୋଦର ସିଂ, ଷ୍ଟେଟବ୍ୟାଙ୍କର ବରେନ୍ଦ୍ର ମହାନ୍ତି ପ୍ରମୁଖ ଶତାଧି ବ୍ୟାଙ୍କ କର୍ମାଚାରୀ ଓ ଅଧିକାରୀମାନେ ଉକ୍ତ ଆନେ୍ଦାଳନରେ ସାମିଲ ହୋଇିଲେ । ଏହି ବ୍ୟାଙ୍କ ଧର୍ମଘଟ ଫଳରେ ବ୍ୟାଙ୍କିଂ ସେବାକୁ ପଭାବିତ କରାଇଥିଲା । ଜମା ଗ୍ରହଣ, ଋଣ ମଞ୍ଜୁରୀ, ଚେକ କ୍ଲିଆରେନ୍ସ, ଟଙ୍କା ଉଠାଣ ଆଦିକୁ ଗୁରୁତ୍ତର ଭାବେ ପ୍ରଭାବିତ କରାଇଥିଲା । ଗତକାଲି ବ୍ୟାଙ୍କ ବନ୍ଦ ରହିବା କାରଣରୁଲୋକ ହନ୍ତସନ୍ତ ହୋଇଥିବା ବେଳେ ଆଜି ବି ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା |  ବାରିପଦା ସହରରେ ରହିଥିବା ସମସ୍ତ ବ୍ୟାଙ୍କରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥିଲା ବେଳେ ଲୋକ ବହୁତ ହଇରାଣ ହୋଇଥିଲେ | 

 

 

Leave A Reply

Your email address will not be published.