ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିରୋଧ ପ୍ରଦର୍ଶନ କଲେ ବ୍ରଜରାଜନଗରବାସୀ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ପ୍ରଦର୍ଶନ। ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବାରମ୍ବାର ପୁରସ୍କୃତ ହେଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କରି ରାଜ୍ୟରେ ଏପରି ଅଭିନବ ଜନ୍ମଦିନ ଉପହାର ମିଳିଛି। ବ୍ରଜରାଜନଗର ଅଞ୍ଚଳରେ  ଥିବା ବିଭିନ୍ନ ସମସ୍ୟାକୁ ନେଇ ଏଠାକାର ନାଗରିକ ମଞ୍ଚ  ମୂଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରଦର୍ଶନ କରି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦାବି ଉଠାଇଛନ୍ତି। 

ବିଭିନ୍ନ ସମସ୍ୟା ସହ ସମ୍ମୁଖୀନ ହେଉଥିବା ବ୍ରଜରାଜନଗରବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ରାସ୍ତାଘାଟ ଖାଲରେ ଭରପୁର ହୋଇଥିବା ବେଳେ, ସ୍ବାସ୍ଥ୍ୟ ଓ ଶିକ୍ଷା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବେସରକାରୀ ବିଦ୍ୟାଳୟମାନଙ୍କର ମନମୁଖୀ ଫି ବୃଦ୍ଧି, ଓପିଏମ ବନ୍ଦ ରହିବା,ଏନଟିପିସି ଦ୍ବାରା ମନଇଚ୍ଛା ପାଣି ନେବା, ପାନୀୟ ଜଳର ଅଭାବ ପ୍ରଭୃତି ସମସ୍ୟାକୁ ବ୍ୟାନରରେ ଲେଖି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ମୂଖ୍ୟମନ୍ତ୍ରୀ କେବଳ ରାଜ୍ୟର ବିକାଶ କଥା କହୁଛନ୍ତି, ହେଲେ ବ୍ରଜରାଜନଗର ବିକାଶ କଥା କିଏ କହିବ ବୋଲି ନାଗରିକ ମଞ୍ଚ ପ୍ରଶ୍ନ କରିଛି। ତେଣୁ ମୂଖ୍ୟମନ୍ତ୍ରୀଙ୍କ  ଜନ୍ମଦିନରେ ବ୍ରଜରାଜନଗରର ସମସ୍ୟା ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପ୍ରଦର୍ଶନ କରାଗଲା ବୋଲି ପ୍ରଦର୍ଶନକାରୀମାନେ କହିଛନ୍ତି।

Leave A Reply

Your email address will not be published.